ହସୁଛି ସୁରମା କାନ୍ଦୁଛି ତାପସ : ଚିନ୍ତାରେ ସମ୍ବିଦ୍

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :->  ୩ ଥର ନିର୍ବାଚନ ହାରିଥିଲେ ବି ମୁଁ ମୈଦାନ ଛାଡ଼ିନି ଏତେ ବର୍ଷ ପରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଶାସକ ଦଳ ପ୍ରତି ନକାରାତ୍ମକ ଚିନ୍ତାଧାରା ରହିଛି, ତାହା ମଧ୍ୟ ରଣପୁରରେ ଦେଖାଯାଉଛି, ମୁଁ 3ଥର ନିର୍ବଚନ ହାରିଥିଲେ ମଧ୍ୟ ମୈଦାନ କେବେ ଛାଡ଼ିନାହିଁ ବୋଲି କହିଛନ୍ତି ରଣପୁର ବିଜେପି ବିଧାନସଭା ପ୍ରାର୍ଥୀ ସୁରମା ପାଢ଼ୀ । ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା : ବଦଳିଲା ୨ ବିଧାନସଭା ପ୍ରାର୍ଥୀଙ୍କ ନାମ । ରଣପୁରରେ ତାପସ ମାର୍ଥାଙ୍କ ସ୍ଥାନରେ ସୁରମା ପାଢ଼ୀ ପ୍ରାର୍ଥୀ ଏବଂ ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଲଢ଼ିବେ ଚୈତନ୍ୟ ନନ୍ଦିବାଲି ।

୨୧ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି :-

-ରାଉରକେଲାରୁ ନିର୍ବାଚନ ଲଢ଼ିବେ ଦିଲୀପ ରାୟ –ରଣପୁରରୁ ସୁରମା ପାଢ଼ୀ, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା -ରାୟରଙ୍ଗପୁରରୁ ଲଢ଼ିବେ ଜୋଲେନ ବାରଦା -ପଟାଙ୍ଗି- ଚୈତନ୍ୟ ନନ୍ଦିବାଲି, ଚିତ୍ରକୁଣ୍ଡା-ଡମ୍ବରୁ ସିସା -ସରସକଣାରୁ ନିର୍ବାଚନ ଲଢ଼ିବେ ଭାଦବ ହାଂସଦା -ବାଙ୍ଗିରପୋଷିରୁ ପ୍ରାର୍ଥୀ ହୋଇଛନ୍ତି ସଞ୍ଜଳି ମୁର୍ମୁ -ବାଲିକୁଦା ଏରସମା- ସତ୍ୟସାରଥି ମହାନ୍ତି -ରାଜନଗର-ଲଳିତ ବେହେରା,

ଡାବୁଗାଁ- ସୋମନାଥ ପୂଜାରି -ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ -ରାୟଗଡ଼ା- ବସନ୍ତ କୁମାର ଉଲ୍ଲାକା, କୋଟପାଡ଼- ରୁପୁ ଭଦ୍ରା -ଜଗତସିଂହପୁରରୁ ନିର୍ବାଚନ ଲଢ଼ିବେ ଅମରେନ୍ଦ୍ର ଦାସ -କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା -କାକଟପୁର-ବାଇଧର ମଲ୍ଲିକ, ବିଷମକଟକ- ଜଗନ୍ନାଥ ନୁଂଡ୍ରୁକା -ମୋହନା- ପ୍ରଶାନ୍ତ ମଲିକ, ପାଟଣା-ଅଖିଳ ଚନ୍ଦ୍ର ନାୟକ