ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ନାବାଳିକା ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ଅଧିକାରୀ ନିଲମ୍ବିତ ଓ ସଦର ଥାନା ପୋଲିସ ଅଭିଯୁକ୍ତ ସୁବାସ ମୁଦୁଲି କୁ ଗିରଫ କରିଛି । ସୂଚନାନୁସାରେ ଭାପୁର ଫାଣ୍ଡି ଅଞ୍ଚଳର ଗତ ୬ ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ୧୭ ବର୍ଷୀୟା ନାବାଳିକା କୁ ଅସଦାଚରଣ କରିଥିଲେ । ଏନେଇ ପରିବାର ଲୋକେ ଫାଣ୍ଡିରେ ଏତଲା ବି ଦେଉଥିଲେ। ହେଲେ ଅସଦାଚରଣ ଶିକାର ହୋଇଥିବା ନାବାଳିକା ନ୍ୟାୟ ପାଇଁ ପ୍ରଥମେ ଗ୍ରାମ ସଭା ଓ ପରେ ପୋଲିସକୁ ଗୁହାରୀ କରିଥିଲେ । କିନ୍ତୁ ପୁଲିସ୍ ଅଭିଯୁକ୍ତକୁ ଥାନାକୁ ଡ଼ାକି ମାମଲା ରଫାଦଫା କରି ଦେଇଥିଲା । ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୁକ୍ତ ବାରମ୍ବାର ନାବାଳିକା କୁ ଅସଦାଚରଣ କରୁଥିଲା । ଏଥିରେ ଅସହ୍ୟ ହୋଇ ମାନସିକ ଅଶାନ୍ତି ରୁ ବିଷ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ପିଡ଼ୀତା ଙ୍କ ପରିବାର ଲୋକ । ଢେଙ୍କାନାଳ ଜିଲ୍ଲା ଦିନବନ୍ଧୁ ପୁର ନାବାଳିକା ଆତ୍ମହତ୍ୟା ମାମଲାରେ ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି ।
ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପଦ୍ମନାଭଙ୍କୁ ନିଲମ୍ବନ କରିଛନ୍ତି । ନାବାଳିକାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ପଦ୍ମନାଭ ଗୁରୁତ୍ୱ ଦେଇନଥିବାରୁ ଗୋଟିଏ ନିରୀହ ଟି ର ଜୀବନ ଚାଲି ଯାଇଥିବା ଖବର ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନାନୁସାରେ, ଜିଲ୍ଲାର ଦିନବନ୍ଧୁ ପୁରର ଜଣେ ଯୁବକ ଜୈନିକା ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲା । ଅସଦାଚରଣର ଶିକାର ହୋଇଥିବା ଜଣେ ୧୭ବର୍ଷୀୟା ନାବାଳିକା ନ୍ୟାୟ ପାଇଁ ପ୍ରଥମେ ଗାଁ ସଭା ଓ ପରେ ପୋଲିସ୍କୁ ଗୁହାରି କରିଥିଲେ । କିନ୍ତୁ ପୋଲିସ ଅଭିଯୁକ୍ତକୁ ଥାନାକୁ ଡାକି ମାମଲା ରଫାଦଫା କରିଦେଇଥିଲା । ପୋଲିସର ଢ଼ିଲା ଆକ୍ସନର ସୁଯୋଗ ନେଇ ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ପୁଣି ସଂପୃକ୍ତ ନାବାଳିକାକୁ ଅସଦାଚରଣ କରିଥିଲା ।
ଫଳରେ କୌଣସି ସ୍ଥାନରୁରୁ ନ୍ୟାୟ ନପାଇ ଶେଷରେ ନିରାଶ ହୋଇ ନାବାଳିକା ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏଏସଆଇ ପଦ୍ମନାଭଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଫାଣ୍ଡି ଅଧିକାରୀ ନିଲମ୍ବିତ ହେବାପରେ ନିରୀହ ନାବାଳିକା ଙ୍କ ପରିବାର ଲୋକ ଙ୍କୁ ନ୍ୟାୟ ଦେବାରେ ସକ୍ରିୟ ହୋଇଛି ବୋଲି ଢେଙ୍କାନାଳ ପୋଲିସ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଜୀବନ ଗଲା ପରେ ତତ୍ପର ହୋଈଛି ପୁଲିସ୍ । ନାବାଳିକା ଆତ୍ମହତ୍ୟା ଘଟଣା ର ଅସଲି ଅଭିଯୁକ୍ତ ସୁବାସ ମୁଦୁଲି କୁ ଗିରଫ କରିଛି ପୋଲିସ୍ ପ୍ରସାଶସନ । ( ରିପୋର୍ଟ – ଅମର ରଞ୍ଜନ ଦାସ )