ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) ନୟାଗଡ :- କିଛିଦିନ ତଳେ ଚୋରି ହୋଇଥିବା ଏକ ବୋଲେରୋକୁ ଏଠାକାର ଏସ.ଡି.ପି.ଓ ନିରଞ୍ଜନ ପାଢ଼ୀଙ୍କ ତତ୍ୱାବଧାନରେ ନୟାଗଡ ଟାଉନଥାନା ଅଧିକାରୀ ଜୟଦ୍ଵୀପ ମହାନ୍ତିଙ୍କ ସଫଳ ଅନୁସନ୍ଧାନ କ୍ରମେ ଟାଉନ ଥାନାର ଦୁଇ ଦକ୍ଷ ଯୁବ ଏସ.ଆଇ ଧର୍ମେନ୍ଦ୍ର ଶିଆଳ ଆଉ ସ୍ମୁତି ରଞ୍ଜନ ମହାନ୍ତିଙ୍କ କାର୍ଯ୍ୟ କରିବାର ଉତ୍ସାହ ଆଗରେ ହାରମାନି ଟାଉନ ଥାନା ଜାଲରେ ଧରା ପଡିଥିଲା ଉକ୍ତ ବୋଲେରୋ ଲୁଟେରା । ମାତ୍ର ଏତିକିରେ ନୟାଗଡ ଟାଉନ ଥାନା ହାତ ବାନ୍ଧି ବସିପଡ଼ିନଥିଲ । ଭିତରେ ଭିତରେ ଆଇ.ଆଇ.ସି ଶ୍ରୀଯୁକ୍ତ ମହାନ୍ତି ଅନ୍ୟ ଦୁଇ ଅଧିକାରୀଙ୍କୁ ନେଇ ବୋଲେରୋ ଚୋରିର ଅନ୍ୟ ଚୋର ମାନଙ୍କୁ ଧରିବା ପାଇଁ ରଣନୀତି କଲ ।
ସେଥିରେ ସଫଳ ମଧ୍ୟ ହେଲା ଟାଉନ ପୋଲିସ । ଏହି କ୍ରମରେ ରଣପୁର ଥାନା ଅନ୍ତର୍ଗତ ନୀଳପଲ୍ଲୀ ଗ୍ରାମର ନୁରୁଦ୍ଦିନ ଖାଁ(28), ଦେଉଳ ସାହିର ଶଶୀଧର ସାହୁଙ୍କୁ(29) ଗିରଫ କରି ଏହି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛ । ଏହି କ୍ରମରେ ପୋଲିସ ପକ୍ଷରୁ ୟୁ/ଏସ 379/411/34 ଆଇ.ପି.ସି ରେ ମାମଲା ରୁଜୁ କରିଛ । ତେବେ ଏହି ବୋଲେରୋ ଚୋର ବାଇକ ଲୁଟେରା ଭାବେ ଆଇ.ଆଇ.ସି ଙ୍କ ଅନୁସନ୍ଧାନ ବେଳେ ଧରା ପଡିବା ସହ ଭୁବନେଶ୍ୱରରୁ ଚୋରି ହୋଇଥିବା ତିନୋଟି ବାଇକ ଉଦ୍ଧାର କରି ଜବତ ହୋଇଛ । ଜବତ ବାଇକ ମଧ୍ୟରେ ଗୋଟିଏ ବୁଲେଟ, ଗୋଟିଏ ଏଫ.ଜେଡ ୟାମା, ଗୋଟିଏ ସ୍ପ୍ଲେଣ୍ଡର ଅଛ । ଏପରିକି ଏଥି ମଧ୍ୟରୁ ଚୋରି ବୁଲେଟକୁ ଶସ୍ତାରେ ଖରିଦ କରି ଶଶୀଧର ଗିରଫ ହୋଇଛନ୍ତି । ତେବେ ନୟାଗଡ ଟାଉନ ଥାନା ପକ୍ଷରୁ ବୋଲେରୋ ଚୋରି ସହ ବାଇକ ଚୋରିର ପର୍ଦାଫାଶ କରିବାରେ ନୟାଗଡ ଟାଉନଥାନା ଯେଭଳି କାର୍ଯ୍ୟାନୁଷ୍ଠାନ ନେଲେ ସେଥିପାଇଁ ନୟାଗଡ ଟାଉନଥାନା କର୍ତ୍ତୃପକ୍ଷଙ୍କ ପ୍ରତି ସାଧାରଣରେ ପ୍ରଂଶସା ପ୍ରକାଶ ପାଇଛି । ଅଭିଯୁକ୍ତ ଦ୍ବୟ ନୟାଗଡ ଜିଲ୍ଲାର ବୋଲି ଜଣାପଡିଛ । ନୟାଗଡ଼ ଜିଲ୍ଲା (ରିପୋର୍ଟ /ରାମ କୃଷ୍ଣ ରଥ)