No Result
View All Result
୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଅଷ୍ଟମୀ ତିଥିରେ ମା’ ମହାଗୌରୀ ବେଶରେ ଦର୍ଶନ ଦେଇଥିଲେl ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ ମହାଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ଗୁପ୍ତ ପୂଜା ପରେ ଆଳତି ସହିତ ଦ୍ୱାର ଖୋଲାଯାଇ ମା’ ଦର୍ଶନ ଦେଇଥିଲେ । ମା’ ଆଜି ଚତୁର୍ଭୁଜା, ଭୃସବ ବାହିନୀ, ଦକ୍ଷିଣ ପାର୍ଶ୍ୱ ତଳ ହସ୍ତେ ଆଶୀର୍ବାଦ ମୁଦ୍ରା ଓ ଉପର ହସ୍ତେ ତ୍ରିଶୂଳ ଧାରଣ କରିଥିବା ବେଳେ ବାମ ପାର୍ଶ୍ୱ ତଳ ହସ୍ତେ ଡମ୍ବୁରୁ ଉପର ହସ୍ତେ ଅଭୟ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଥିଲେ l ଷୋଡଶ ଉପଚାର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା l
ଆସନ୍ତା କାଲି ସକାଳେ ମା’ ଏକ ସ୍ୱତନ୍ତ୍ର ପାଲିଙ୍କି ଯୋଗେ ନଗର ପରିକ୍ରମା କରି ଭଉଣୀ ଗଡ଼ ବଘେଇଙ୍କ ପାଖରେ ପହଂଚିବେl ସକାଳ ଭୋଗ ସହିତ ଦୁଇପହରେ ଶଙ୍ଖୁଡି ଲାଗି ପରେ ବିଶ୍ରାମ ନେଇ ସନ୍ଧ୍ୟାରେ ନିଜ ମନ୍ଦିର କୁ ଫେରି ମହାସ୍ନାନ ପରେ ମା’ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ । ଆଜିର କାର୍ଯ୍ୟକ୍ରମ କୁ ସଭପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ, ଭାଗିରଥି ପ୍ରଧାନ, ପୂର୍ଣଚନ୍ଦ୍ର ସାହାଣୀ, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ପଣ୍ଡା,ମୀରା ଦଳାଇ,ରାନୁ ମଙ୍ଗରାଜ, ପ୍ରମିଳା ସାହାଣୀ,ନିତ୍ୟ ସେବକ ଚଟୁକର ପ୍ରମୁଖ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି ।
No Result
View All Result