ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୪୯ ବାର୍ଷିକ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ 

ଯୋଗଯୁକ୍ତ ଶିକ୍ଷା ହିଁ ଜୀବନ କୁ ସଫଳତା ଆଣି ଥାଏ

ଶୃଙ୍ଖଳିତ ଶିକ୍ଷା ଗ୍ରହଣ ହିଁ ଜୀଵନ ସଫଳତାର ଚାବିକାଠି : ବିଡ଼ିଓ ସୁମନ୍ତ ମିଞ୍ଜ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ପାଟଣାଗଡ଼ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୪୯ ତମ ବାର୍ଷିକ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ ଦଳପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ବିଡ଼ିଓ ସୂମନ୍ତ ମିଞ୍ଜ, ମୂଖ୍ୟ ବକ୍ତା ଟଙ୍କଧର ବିଶ୍ବାଳ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ୪୯ ତମ ବାର୍ଷିକ ଉତ୍ସବ ଓ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗତମୋହନ ମହାନ୍ତି ଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ଭାଇ ବସନ୍ତ ମେହେର ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ସୁମନ୍ତ ମିଞ୍ଜ ମୁଖ୍ୟ ଅତିଥି , ବ୍ରହ୍ମପୁର ଟ୍ରଷ୍ଟି ର ମୂଖ୍ୟ ପରିଚାଳକ ନିକୁଞ୍ଜ ବିହାରୀ କଦମ ମୂଖ୍ୟ ବକ୍ତା , ଟଙ୍କଧର ବିଶ୍ଵାଳ , ମଦନମୋହନ ଦାନି ,ଧନମାଳୀ ମେହେର ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ ଶ୍ରୀମା ଓ ଅରବିନ୍ଦ ଙ୍କ ଫୋଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ

ଯେ,ପୂର୍ଣ୍ଣାଙ୍ଗ ଶିକ୍ଷା ବର୍ତ୍ତମାନ ଶିକ୍ଷାର ମାର୍ଗ ଦର୍ଶକ। ଶିକ୍ଷା ହିଁ ଏମିତି ଏକ ଅସ୍ତ୍ର ଯାହା ବିଶ୍ୱକୁ ପରିବର୍ତ୍ତନ କରିଦେଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅରବିନ୍ଦ ଜଣେ ଦାର୍ଶନିକ ଭାବରେ ଭାରତୀୟ ଶିକ୍ଷାନୀତି ଓ ଶିକ୍ଷା ଦାନ ରେ କଣ କ’ଣ କମିରହିଛି ସେନେଇ ସେ ଶିକ୍ଷା ଉନ୍ନତି ପରିପୂର୍ଣ୍ଣତା ପାଇଁ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସ୍ଥାପନକରି ଶିକ୍ଷା ଦାନ ଦେଇଥିଲେ ।ଶୃଙ୍ଖଳିତ ଶିକ୍ଷା ଗ୍ରହଣ ହିଁ ଜୀବନର ସଫଳତାର ଚାବିକାଠି ବୋଲି ଉପସ୍ଥିତ ଛାତ୍ରୀ ଛାତ୍ରୀ ଓ ଅଭିଭାବକ ମାନଙ୍କୁ ମୂଖ୍ୟ ଅତିଥି ବିଡ଼ିଓ ଶ୍ରୀ ମିଞ୍ଜ ତାଙ୍କ ଅଭିଭାଷଣରେ କହିଥିଲେ । ପଣ୍ଡିଚେରୀ ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଆନୁକୁଲ୍ୟରେ ପରିଚାଳିତ ଆଧ୍ୟାତ୍ମିକ ଶିକ୍ଷା ଧାରା ରେ ଶିକ୍ଷାଦାନ ଦେବା ସାଙ୍ଗକୁ ଶିଶୁ ର ଶରିର ,ମନ ,ପ୍ରାଣ,ଚୈତ ସତ୍ତା ଓ ଆତ୍ମ ଚତୁର୍ଥ ବର୍ଗ ର ସର୍ବାଙ୍ଗୀନ ଉନ୍ନତି ପରିପୂର୍ଣ୍ଣତା ଲାଭ କରିଥାଏ

ଫଳରେ ଶିଶୁ ତାର ମହାନତା ମାନସିକ ଗୁଣ ଗୁଡିକ ପ୍ରକାଶ କରି ଅନ୍ତରାତ୍ମା ସ୍ବସ୍ଥ ସାହାସ ଧୈର୍ଯ୍ୟ ଶକ୍ତି ଉତ୍ପନ ହେବା ସହ ଚରିତ୍ର ବତ୍ତା ବୃଦ୍ଧି ପାଇଥାଏ ବୋଲି ମୂଖ୍ୟ ବକ୍ତା ଶ୍ରୀ କଦମ୍ବ ତାଙ୍କ ଅଭିଭାଷଣରେ କହିଥିଲେ । ଅଧ୍ୟକ୍ଷ ଅଜିତ ଦଳପତି ବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ବିବରଣୀ ପାଠ ଜରିଆରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟର ରେ ମାଟ୍ରିକ ପରୀକ୍ଷା ଉତ୍ତିଣ୍ଣ ହୋଇଥିବା ଏବଂ ରାଜ୍ୟ ସ୍ତରରେ ଗୀତା ଆବୃତ୍ତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ସ୍ଥାନ ଅଧିକାରୀ କରିଥିବା ବସୁନ୍ଧରା ବହିଦାର,ଆଦ୍ୟାଶା ଖମାରୀ, ଶୁଭମ୍ ଦଳପତି, ଆୟୁଷ ମେହେର,ସୁଜଳ ପଣ୍ଡା, ସମେତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ସମସ୍ତ ଅପା ଓ ଭାଇ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।