ବଂଶୀଧର ମହାବିଦ୍ୟାଳୟ ପରିସରରେ ଶ୍ରୀହନୁମାନ ଜୟନ୍ତୀ

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଇଟା ମାଟି  :-> ବିଶିଷ୍ଟ ରାଜ ନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜ ସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ବଂଶୀଧର ଇଣ୍ଟର୍ ନାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପ୍ ମେଣ୍ଟ ଆନୁକୁଲ୍ୟରେ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ମନୋଜ କୁମାର ସାହୁ ଓ ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ବା 

ବଧାନରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ଶ୍ରୀହନୁମାନ ଜୟନ୍ତୀ ,ଆମ୍ବେଦକର ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ମହାଡମ୍ବର ସହକାରେ ପାଳନ ହୋଇ ଯାଇଛି।୫୦ ଜଣ କବି କବୟିତ୍ରୀ ଯୋଗଦାନ କରି ସ୍ୱ ରଚିତ କବିତା ପାଠ କରି ଥିଲେ । ସଭାମୁଖ୍ୟ ବିଦୁଲତା ସାହୁ, ମୁଖ୍ୟଅତିଥି ଗୋଦାବରୀଶ ମିଶ୍ର , ମୁଖ୍ୟ ବକ୍ତା ଗୋଦାବରୀ ବସନ୍ତିଆ , ସମ୍ମାନିତ ଅତିଥି ଭାବେ ଡ. ସୁକାନ୍ତି ମହାନ୍ତି ଓ ଡ.ନିର୍ମଳ ଚନ୍ଦ୍ର ଶୂରଦେଓ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସଯୋଜନା ଦାୟିତ୍ଵରେ ଅଧ୍ୟାପିତା ନିଳିମାନନ୍ଦ ଓ ଶିକ୍ଷୟିତ୍ରୀ ହରପ୍ରିୟା ଦ୍ୱିବେଦୀ ରହିଥିଲେ ।

ଓଡ଼ିଶାର ସୁନାମଧନ୍ୟ ଗାଳ୍ପିକ , ସ୍ତମ୍ଭକାର ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଲଳିତ ମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଥିଲା। ସମ୍ପାଦକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଟ୍ଟନାୟକ ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇ ଥିଲା। ପରିଶେଷରେ ଓଡ଼ିଆ ନବବର୍ଷରେ ଓଡ଼ିଆ ଖାଦ୍ୟରେ ସମସ୍ତଙ୍କୁ ଆପ୍ୟାୟିତ କରା ଯାଇଥିଲା ।