ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ – ପଣା ବଣ୍ଟନ

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ଜିଲ୍ଲା ଚିକିତ୍ସାଳୟ ମୁଖ୍ୟ ପାଟକ ଠାରେ ଓଡ଼ିଆ ନବ ବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ସମାଜ ସେବୀ ଦୀପକ ଦଳବେହେରା ଓ ସାଇ ଉମା ଫାଉଣ୍ଡେସନ ସଦସ୍ୟ ମାନଙ୍କୁ ନେଇ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏହାକୁ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ାକ୍ତର ଶରତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଆଜି ମେଡିକାଲ ଯେଉଁମାନେ ଆସୁଥିଲେ ସେ ରୋଗି ହୁଅନ୍ତୁ କି ତାକ ସମ୍ପକିୟ ହୁଅନ୍ତୁ ସମସ୍ତକୁ ଫାଉଣ୍ଡେସନ କର୍ମଚାରୀ ପଣା ପିଆଇ ଛାଡ଼ୁ ଥିଲେ।

ଗିଷ୍ମ ପ୍ରଭାହ ଅଧିକ ମାତ୍ରାରେ ହୋଇଥିଲା ବେଲେ ମେଡିକାଲକୁ ଆସି ଏପରି ପଣା ପିଇବାକୁ ମିଳିଥିବାରୁ ଜନ ସାଧାରଣ ବେଶ ଖୁସି ଵେକ୍ତ କରିଥିବା ଦେଖିବାକୁ ମିଳିଥିଲା । ଡ଼ାକ୍ତର ଶ୍ରୀଧାତ ଦାସ ,ଡ଼ାକ୍ତର ସୁବ୍ରତ ମହାପାତ୍ର, ପ୍ରଦୀପ ମହାନ୍ତି ଓ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ସମତେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।