No Result
View All Result
୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ପାହାଳ ଥାନା ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱ।ର୍ଡ଼ ନଖରା ଗ୍ରାମର ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଗବତ ମେଳଣ ଏବଂ ଯାତ୍ରା ଆରମ୍ଭ ହୋଇଛି । ଶନିବାର ରାତିରେ ଭାଗବତ ଗୋସାଇଁଙ୍କୁ ବିମାନରେ ବସାଇ ବାଜା ବାଣ ରୋଷଣୀ କରି ଗ୍ରାମ ପରିକ୍ରମା କରାଯାଇଥିଲା । ଭୋର ସମୟରେ ଦୁଇଟି ବିମାନ ମା, ଜାଗୁଳେଇଙ୍କ ପୀଠରେ ପହଞ୍ଚି ଅବସ୍ଥାନ କରିଥିଲେ । ରବିବାର ସନ୍ଧ୍ୟାରେ ପାରମ୍ପରିକ ଓଡିଶୀ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।
ନଖରା, ବଙ୍ଗୁଆରୀ, ଜଗନ୍ନାଥପୁର , ଗୋହଳ,ନୂଆପାଟଣା, ପାହାଳ, ଆଦିଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ନଖରାର ଗ୍ରାମର ସମସ୍ତ ଯୁବକ,ମୁରବୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଏହି ମେଳା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ । ଅପରାହ୍ନରେ ଘୋଡ଼ା ନାଚ ସାଙ୍ଗକୁ ରାତିରେ ଅପେରା ପରିବେଷଣ କରାଯାଉଛି ।
ମେଳଣ ପଡିଆରେ ବିଭିନ୍ନ ଛୋଟ ବଡ଼ ଉଠାଦୋକାନୀ ସେମାନଙ୍କର ବ୍ୟବସାୟ ପାଇଁ ଦୋକାନ ଖୋଲିଛନ୍ତି । ଯାତ୍ରା ଦେଖିବାକୁ ଆସୁଥିବା ଲୋକମାନେ ମେଳା ବୁଲିବା ସହ ଚଟପଟି ଖାଦ୍ୟ ଖାଇବାର ମଜା ନେଉଛନ୍ତି । ଏହି ଯାତ୍ରା ବୁଧବାର ସକାଳେ ଉଦଯାପିତ ହେବ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାହାଳ ପୋଲିସ ଏବଂ ନଖରା ଗ୍ରାମର ଯୁବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।
No Result
View All Result