୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଜଣେ ଯୁବକ ଘର ଭିତରେ ବେକରେ ଶାଢ଼ୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ! ମୃତ୍ୟୁର କାରଣ ଜଣା ପଡି ନ ଥିବାବେଳେ ମଧ୍ୟ ପରିବାର ଭିତରେ କୌଣସି ମନାନ୍ତର ନ ଥିବା ନିଜ ସ୍ତ୍ରୀ ଅମ୍ବିକା କହିଛନ୍ତି ! ଗତ ଶନିବାର ରାତ୍ର 2 ଟା ପରେ ଘର ଭିତରୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ ! ମୃତକ ଜଣକ ମନ୍ତ ଝାଙ୍କର (35)ବୋଲି ଜଣା ପଡିଛି !
ଖବର ପାଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ! ଖପ୍ରାଖୋଲ ପୋଲିସ ଖବର ପାଇ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ ! ସିଏ ଦୈନିକ ମଜୁରୀ କରି ପରିବାର ଭରଣ ପୋଷଣ କରୁଥିବା ବେଳେ ବର୍ତ୍ତମାନ ଘର କିପରି ଚଲିବ ତାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି !
ମୃତକଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ! ଏନେଇ ଖପ୍ରାଖୋଲ ପୋଲିସ ୟୁଡି କେଶ ନଂ 03/24 ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି !