No Result
View All Result
୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦରଥାନା ଅନ୍ତର୍ଗତ ଫୁଲନଖରା ନୂଆ କାଚରାମାଳ ଗ୍ରାମର ମହାଭୋଇ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ , ଓଡିଆ ନବବର୍ଷ ମହା ବିଷୁବ ସଂକ୍ରାନ୍ତି ପାନଳ ସହିତ ପ୍ରଥମ ଦିବସରେ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ସହିତ, ନିରଞ୍ଜନ ଭୋଇ ( ନିରୁଆ ) ଏବଂ ମାଷ୍ଟର କାଳନ୍ଦି ଭୋଇଙ୍କ ଗୃପର ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଆଲବମ କଳାକାର ତଥା ନିର୍ଦ୍ଦେଶକ ରୁଦ୍ର ନାରାୟଣ ଦାସ ମନ ଆୟୋଜିତ ସମ୍ବର୍ଦ୍ଧନା ଭାରେ ଅଧ୍ୟକ୍ଷତା କରିଥିଲେ ।
ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ କର୍ପୋରେଟର ସୁକାନ୍ତ ଭୋଇ, ଧାରାବାହିକ କଳାକାର ମୁକ୍ତିକାନ୍ତ ମହାପାତ୍ର, ଏବଂ ସାମ୍ବାଦିକମାନେ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଅନୁଷ୍ଠିତ ହୋଇଥିଲା । ସୋମବାରଦିନ ଆଧ୍ୟାତ୍ମିକ ଶରୀର ତତ୍ୱ ଉପରେ ଆଧାରିତ ପ୍ରବଚନ କାର୍ଯ୍ୟ ଅନୁଷ୍ଠିତ ହେବ ।
ବାଲିପାଟଣା ଭିଙ୍ଗାରପୁର ଅଞ୍ଚଳର ଗାୟକ ଅକ୍ଷୟକୁମାର ବେହେରା, ଅଡ଼ସପୁର ଅଞ୍ଚଳ ଉରାଢ଼ ଗ୍ରାମର ଗାୟକ ବାବୁଲି ଭୋଇ, ନିଆଳୀର ଗାୟକ ବିଚିତ୍ରା ନନ୍ଦ ବେହେରା ଆଧ୍ୟାତ୍ମିକ ପ୍ରବଚନ ପରିବେଷଣ କରିବେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନିରଞ୍ଜନ ଭୋଇ, ଜଗା ଭୋଇ, ସୁନାକର ଭୋଇ, ପ୍ରକାଶ ଭୋଇ, ଭରତ ଭୋଇ,ଏବଂ ସାହିର ସମସ୍ତ ଯୁବକ ମାନେ ।
No Result
View All Result