ପ୍ରାୟ ୩୦୦୦ ରୁ ଊର୍ଦ୍ଧ୍ବ ଜନ ସମାଗମ
ପୁଣି ଦୁଇ ଦିନ ଧରି ଚାଲିବ ସଂସ୍କୃତିକ କାର୍ଯ୍ୟକ୍ରମ
ଆସନ୍ତା କାଲି ସୋମବାର ବାଦି ଦୁଆରୀ ଓ ମଙ୍ଗଳ ବାର ନାଟକ ଅଶ୍ଵମେଧ ଯଜ୍ଞ
୧୪ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ୍ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତର ବାୟାପଲ୍ଲି ରେ ପଣା ସଂକ୍ରାନ୍ତି ଅବସରରେ ମହା ସମାରୋହରେ ଝାମୁ ଯାତ୍ରା ସମ୍ପନ୍ନ ହୋଇଛି । ଗତ ୪ ଏପ୍ରିଲ ରୁ ପାଣି ତୋଳା ଆରମ୍ଭ ହୋଇ ଏଗାର ଦିନିଆ ଦଣ୍ଡ ଯାତ୍ରା ସମୟରେ ବାୟାପଲ୍ଲି, ବିଶ୍ଵନାଥ ପୁର, କୋତଳାଙ୍ଗ,ପାଟପୁର, ଅଡ଼ାଲ, କୋଚିଆ ଖାଲ, ଭୁବନେଶ୍ୱର ର ଓଲ୍ଡ ଟାଉନ ଆଦି ଦଣ୍ଡ ନୃତ୍ୟ ପରିବେଷଣ କରି ଗତ ୧୩ ଏପ୍ରିଲ “ମେରୁ” ଅବସରରେ ନିଜ ଗ୍ରାମରେ ଦଣ୍ଡ ନୃତ୍ୟ ପରିବେଷଣ କରା ଯାଇଥିଲା ।

ପୁରାତନ ସ୍ମୃତିକୁ ମନେପକାଇ ଲିଙ୍ଗ ପୁରାଣ କରାଯାଇଥିଲା , ଦଣ୍ଡ ନୃତ୍ୟ ରେ ଗ୍ରାମର କଳାକାର ଭାବରେ ବଳଭଦ୍ର ବେହେରା,ଅଭି ନାୟକ, ରତିକାନ୍ତ ନାୟକ, ଜିତେନ୍ଦ୍ର ପାଇକରାୟ, କାଳିଆ ବେହେରା, ବିଭୂତି ବେହେରା , କୁନି କଳାକାର ଭାବେ ବବୁଲ ନାୟକ, ହାପୁ ଆଦି ଅନେକ , ବାଦ୍ୟ ଯନ୍ତ୍ରରେ, ଚୋଟା, ଗୟା ବେହେରା, ନବୀନ ବେହେରା ଆଦି ସହଯୋଗ କରିଥିଲେ। ଭକତା ମାନେ ସୁବାସ ରାଉତରାୟ, କିଶୋର ବେହେରା, ଭାସ୍କର ନାୟକ, ଅନନ୍ତ ମହାପାତ୍ର, ପାଟ ଦଣ୍ଡୁଆ ସନାତନ ବଳିଆର ସିଂହ, ମହାଦେବ ଛୋଟରାୟ,

ଭଗବାନ୍ ନାୟକ ଆଦି ସୁଚାରୁ ରୂପେ ଏଗାର ଦିନ ଦିନ ବେଳା ଉପବାସ ରହି ନିଷ୍ଠାର ସହ ଦେଵ ଦେବ ମହାଦେବ ଓ ମା ପାର୍ବତୀଙ୍କ ବ୍ରତ ସୁଚାରୁ ରୁପେ ପ୍ରତିପାଦନ କରିବା ସହ ହିନ୍ଦୁ ଧର୍ମର ଏକ ମୁଖ୍ୟ ପର୍ବକୁ ଜନସାଧାରଣରେ ପ୍ରସାର କରିବା ସହ ପୁରୁଣା ପରମ୍ପରାକୁ ଉଜ୍ଜୀବିତ କରିଥିଲେ। ଝାମଯାତ୍ରାଅବସରରେ ଦିଅଁ ଅସହ୍ୟ ତାତିରେ ଘଣ୍ଟ ଘଣ୍ଟା ,ଖୋଳ, ଢୋଲ ର ତାଳେ ତାଳେ ଗ୍ରାମପରିକ୍ରମା କରି ଥିଲେ । ଏହି ଅବସରରେ ଉଭୟ ବାୟାପଲ୍ଲି ଓ ବିଶ୍ଵନାଥ ପୁର ରେ ଘରେ ଘରେ କୁଣିଆ ପହଞ୍ଚି ଝାମଯାତ୍ରା ର ଉତ୍ସବକୁ ଉପଭୋଗ କରିଛନ୍ତି। ଆଇସ୍କ୍ରିମ, ସିଜା ମକା, ଝାଲ ବୋଟ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ ଦର୍ଶକ ମାନଙ୍କୁ ଚଟପଟ୍ଟାର ମଜା ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବାୟାପଲ୍ଲି ଓ ବିଶ୍ଵନାଥ ପୁର ଗ୍ରାମର କିଛି ଯୁବକ ଅସହ୍ୟ ଗ୍ରୀଷ୍ମ ରୁ ମୁକ୍ତି ପାଇଁ ଆଗନ୍ତୁକ ମାନଙ୍କୁ ଦହି ପାଣି ବଣ୍ଟନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା କାଲି ମନ୍ଦିର ପ୍ରାଙ୍ଗଣରେ ବାଦି ଦୁଆରୀ ଦିନ ଦଶଟା ରୁ ମଞ୍ଚସ୍ଥ କରିବା ପାଇଁ ଲକ୍ଷ୍ୟ ରଖା ଯାଇ ଥିବା ବେଳେ ମଙ୍ଗଳ ବାର ଅପରାହ୍ନରେ ନାଟକ “ଅଶ୍ଵମେଧ ଯଜ୍ଞ” ପରିବେଷଣ ପାଇଁ ଗ୍ରାମ କମିଟି ସ୍ଥିର କରିଥିବା ଜଣା ପଡ଼ିଛି। ଝାମଯାତ୍ରା ରେ ପ୍ରାୟ ତିନି ହଜାର ରୁ ଊର୍ଦ୍ଧ୍ବ ଜନ ସମାଗମ ଦେଖିବାକୁ ମିଳିଥିଲା। ଆଖ ପାଖ ପ୍ରାୟ ପନ୍ଦରରୁ ଉର୍ଦ୍ଧ ଗ୍ରାମରୁ ଲୋକ ମାନେ ଆସିଥିବାର ଦେଖି ବାକୁ ମିଳିଛି। ଶାନ୍ତି ଶୃଙ୍ଖଳାର ସହ ପଣା ସଂକ୍ରାନ୍ତି ଅବସରରେ ଝାମୁ ଯାତ୍ରା ସମ୍ପନ୍ନ ହୋଇଛି।















