ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) କଟକ , ମାହାଙ୍ଗା :- ଜଣେ ନବବିବାହିତା କନ୍ୟା ଷୋଳ ମଙ୍ଗଳାରେ ବାପଘରକୁ ଆସି ପ୍ରେମିକ ସହ ଫେରାର ହେବା ପରେ ନବ ଵିଭାହିତ ଯୁବକ ଶିଶୁପାଳ ହୋଇ ଫେରିବା ଘଟଣା କଟକ ଜିଲ୍ଲା ମାହାଙ୍ଗା ଅରିଲୋ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହାପରେ ପ୍ରେମିକା ଜଣକ ପ୍ରେମିକ ସହ ତାଙ୍କ ଘରକୁ ଯାଇଥିବା ବେଳେ ତାକୁ ନୂଆ ଶାଶୁ ଘର ଲୋକେ ଘରେ ପୁରାଇ ନଦେବା ଘଟଣା ସ୍ଥାନୀୟ ଅଂଚଳରେ ହଟଚମଟ କରିଛି । କଟକ ଜିଲ୍ଲା ଜୟପୁର ଫାଣ୍ଡି ଅଧିନ ଅରିଲୋ ଗ୍ରାମର ଜଣେ ଯୁବତୀ ଙ୍କ ଗତ ମାସ ରେ ବାସୁଦେବପୁର ପଂଚାୟତର କଉଡୁକୋଲ ଗାଁ ର ଜଣେ ଯୁବକକୁ ବୈଦିକ ରୀତିରେ ବିବାହ କରିଥିଲେ ।
ମାତ୍ର 16 ମଙ୍ଗଳା ଦିନ ଝିଅ ଜ୍ୱାଇଁ ଘରକୁ ଆସିଥିଲେ । ହେଲେ ସୁଯୋଗ ଉଣ୍ଡି ଝିଅ ପୂର୍ବରୁ ଭଲ ପାଉଥିବା ତାର ପ୍ରେମିକ ସହ ଫେରାର ହୋଇଗଲା । ତେବେ ରାତିରେ ପ୍ରେମିକ ଜଣଙ୍କ ତାର ପ୍ରେମିକାକୁ ନେଇ ତାଙ୍କ ଘରକୁ ଯାଇଥିଲେ ମାତ୍ର ଘରେ ପୁରାଇ ନଥିଲେ ପରିବାର ଲୋକ । ଏପରିକି ଘର ତାଲା ଦେଇ ସମସ୍ତେ ଫେରାର ହୋଇଗଲେ । ରାତିସାରା ପ୍ରେମିକା ଜଣଙ୍କ ନ୍ୟାୟ ଆଶାରେ ପ୍ରେମିକ ଙ୍କ ଘର ସମ୍ମୁଖରେ ବସିଛନ୍ତି ନ୍ୟାୟ ପାଇଁ । ଏଥିନେଇ ଝିଅ ଘର ପକ୍ଷରୁ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଚାଲିଥିବାବେଳେ ଘଟଣାର ସମାଧାନ ହୋଇ ନାହିଁ । (ରିପୋର୍ଟ-ଲଷ୍ମୀଧର ଖୁଣ୍ଟିଆ)