No Result
View All Result
୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା ବ୍ଲକ ସ୍ତରୀୟ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରସ୍ତୁତ ବୈଠକ ମୋହନା ବ୍ଲକର ପିଣ୍ଡିକି ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକ ମୋହନା ବ୍ଲକ ବିଜେଡି ସଭାପତି ରଞ୍ଜୀବ ଶବର ଅଧ୍ୟକ୍ଷତା କରିଥିବା ବେଳେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଏବଂ ମୋହନା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପୃଥିବୀ ରାଜ ସାହୁ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ଙ୍କୁ କିପରି ବିଜୟୀ କରିବେ ସେହି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ଉପ ସଭାପତି ଦଣ୍ଡାସି ସାହୁ, ହଡ଼ିଆ କନ୍ଧ, ମୋଶା ମାଝୀ, ହରିଶ୍ଚନ୍ଦ୍ର ପାତ୍ର, ରସାନନ୍ଦ ପାଣି, ଝୁମୁରି ବୀର ଙ୍କ ସମେତ ଶତାଧିକ କର୍ମୀ ଓ ନେତା ଙ୍କ ସହ ମହିଳା, ଯୁବ, ଛାତ୍ର ବିଜେଡି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ନିମନ୍ତେ ଆଲୋଚନା କରିଥିଲେ। ସମସ୍ତ କର୍ମୀ ଏକ ମନ ରେ ଗାଁ ଗାଁ ବୁଲି ଦଳ ପାଇଁ ଭୋଟ ପାଇଁ ପ୍ରଚାର କରିବା ନିମନ୍ତେ ପ୍ରସ୍ତୁତ ରହିଥିବା ଦେଖିବାକୁ ମିଳିଛି।

No Result
View All Result