No Result
View All Result
୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :-> ଗର୍ଭବତୀଙ୍କୁ ମହିଳା ଓ ଶିଶୁ ବିକାଶ ଯୋଜନା ମଧ୍ୟମରେ ସୁଷମ ଖାଦ୍ୟ ସହ ପ୍ରତିଷେଧକ ଟିକା ଦିଆଯାଉଛି । ଶିଶୁ ଜନ୍ମ ହେବାର ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟରେ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି । ଏସବୁ ସତ୍ତ୍ୱେ ୧ ବର୍ଷ ମଧ୍ୟରେ ଦଶପଲ୍ଲାରେ ଅପପୁଷ୍ଟିନୀତ ଶିଶୁଙ୍କ ସଂଖ୍ୟାରେ ଶତକ ପାର୍ ହୋଇଛି । ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟ ମାନଙ୍କରେ ଆର୍ ବି ଏସ୍ କେ ଟିମ୍ ପକ୍ଷରୁ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।
ଯେଉଁଥିରେ ଗତ ୨୦୨୩ ଏପ୍ରିଲ ୧ ତାରିଖ ଠାରୁ ୨୦୨୪ ମାର୍ଚ୍ଚ ଓ ମଧ୍ୟରେ ୧୨୨ ଜଣ ଶିଶୁ ଅପପୁଷ୍ଟିରେ ଆକ୍ରାନ୍ତ ଥିବା ଅରବିଏସକେ ତଥା ରାଷ୍ଟ୍ରୀୟ ବାନ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ରିପୋର୍ଟରୁ ଜଣାପଡ଼ିଛି। ଚିହ୍ନଟ ଶିଶୁଙ୍କ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ଶିଶୁ ବା ୫୪ ଜଣେ ଗୁରୁତର ଥିବାରୁ ନୟାଗଡ଼ସ୍ଥିତ ପୁଷ୍ଟି ପୁନର୍ବାସ ସଂସ୍ଥାରେ ଭର୍ତ୍ତି କରାଯାଇଛି । ସେହିପରି ଯେଉଁ ଗୁରୁତରେ ଶିଶୁ କୁ ନୟାଗଡ଼ସ୍ଥିତ ପୁଷ୍ଟି ପୁନର୍ବାସ ସଂସ୍ଥାରେ ରଖିବାକୁ ଅମଙ୍ଗ ହେବେ ସେମାନଙ୍କୁ ସି-ମାମ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରରେ କର୍ମୀଙ୍କ ତତ୍ତ୍ଵାବଧାନରେ ୧୨୦ ଦିନ ପର୍ଯ୍ୟନ୍ତ ଦୈନିକ ୧ଟି ଅଣ୍ଡା ଏବଂ ଶହେ ଗ୍ରାମର ଛତୁଆ ଦେବାର ବ୍ୟବସ୍ଥା ରହିଛି ।
ଅଙ୍ଗନବାଡି କର୍ମୀ ଏହି କାର୍ଯ୍ୟକୁ ସଠିକ୍ ଭାବେ ତୁଲାଉଛନ୍ତି ନା ନାହିଁ ଏହାକୁ ଆଶା ଏବଂ ମହିଳା ସ୍ବାସ୍ଥ୍ୟକର୍ମା ତଦାରଖ କରିବେ। ମାତ୍ର ଦଶପଲ୍ଲା ବ୍ଲକ୍ରେ ସି – ମାମ୍ ଓ ସି – ସାମ୍ କାର୍ଯ୍ୟକ୍ରମ ଦିଗହରା ହୋଇପଡ଼ିଛି । କାଗଜପତ୍ରରେ ଯୋଜନାର କାର୍ଯ୍ୟକାରୀତା ହେଉଥିବା ନେଇ ରିପୋର୍ଟ ଦେଇ ଏସବୁ ଖାଦ୍ୟକୁ ହରିକ୍ଟ୍ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଯାହାର ଉଚ୍ଚପୁରୀୟ ତଦନ୍ତ କରାଗଲେ ଅନେକସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ଦାବି ହେଉଛି ।

No Result
View All Result