୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା : -> ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ସ୍ଥାନୀୟ ହରିଡ଼ାବାଡ଼ି ଗ୍ରାମରେ-ଜଣେ ଯୁବକ ଚନ୍ଦ୍ର ଦାସଙ୍କ ପୁଅ ସନ୍ତୋଷ କୁମାର ଦାସ (୩୨) ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହକୁ କେନ୍ଦ୍ରକରି ରାତି ପ୍ରାୟ ସାଢ଼େ ୯ଟା ସମୟରେ ବାଡ଼ିପଟ ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।
ପୁଲିସ ଖବର ପାଇ ମୃତଦେହ ଜବତ କରିବା ସହ ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।














