୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଓଡଗାଁ :-> ଉତ୍କଳ ପବ୍ଲିକ ସ୍କୁଲ, ଗୋଡିପଡାର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଶୁକ୍ରବାର ସ୍କୁଲ ପରିସରରେ ମହା ସମାରୋହରେ ପାଳିତ ହୋଇ ଯାଇଛି l ଶିକ୍ଷା ପରିଷଦ ଓଡିଶାର ସଭାପତି ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ସୁ ସାହିତ୍ୟିକ, ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓଡଗାଁ ରବୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିବା ବେଳେ ଦୂରଦର୍ଶନ ହାସ୍ୟ ଅଭିନେତା ବୋଲଗଡ଼ ଏକ୍ସପ୍ରେସ ବ୍ରଜ ବିହାରୀ ସୁବୁଦ୍ଧି,
ବରିଷ୍ଠ ଶିକ୍ଷାବିତ କବି ଅଶୋକ ମଲ୍ଲ,ଡ଼ିମିରିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ନବକିଶୋର ସାମନ୍ତରାୟ, ଗୋଡିପଡା ସି ଆର ସି ସି ବିଜୟ କୁମାର ପୃଷ୍ଟି ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ଭାରତୀୟ ଦର୍ଶନରେ ପୁରାତନ ଶିକ୍ଷା ଓ ବର୍ତ୍ତମାନ ଶିକ୍ଷାର ତୁଳନାତ୍ମକ ବାସ୍ତବ ଛବିକୁ ଉପସ୍ଥାପନା କରିଥିଲେ l ବିଦ୍ୟାଳୟ ର ଅଧ୍ୟକ୍ଷା ତଥା ସମ୍ପାଦିକା ରଞ୍ଜିତା ରାଣୀ ଷଢଙ୍ଗୀ ବାର୍ଷିକ ବିବରଣୀ ପଠନ କରିଥିବା ବେଳ ଶିକ୍ଷକ ଶ୍ରବଣ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l
ଅନୁଷ୍ଠାନର ସଭାପତି ଶରତ କୁମାର ପ୍ରଧାନଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରାଯାଇ ଥିଲା l ଶିକ୍ଷକ ସନ୍ଦୀପ କୁମାର ଗୁମାନସିଂ ମଞ୍ଚ ପରିଚାଳନା କରିଥିବା ବେଳେ ରାକେଶ କୁମାର ଦଳ ବେହେରା, ହରସ ପ୍ରଧାନ, ଜିନୁ ବାଳା ସାହୁ, ମମତା ବିଶୋଇ ସ୍ବର୍ଣ୍ଣ ପ୍ରିୟା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l














