No Result
View All Result
୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ପ୍ରତାପନଗରୀ ଗ୍ରାମର ମା, ଧାକୁଲେଇଙ୍କ ପ୍ରସିଦ୍ଧ ବାଣ ଯାତ୍ରା ଚୈତି ପର୍ବ ଆସନ୍ତା ୨୩ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ । ଏନେଇ ଶୁକ୍ରବାର ମଧ୍ୟାହ୍ନରେ ଏନେଇ ମା ଧାକୁଲେଇ ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଧାକୁଲେଇ ପୀଠରେ ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରସ୍ତୁତି ବୈଠକରେ କମିଶନରେଟ ପୋଲିସ କଟକ ଯୋନ – ୪ ଏସିପି ଉମାକାନ୍ତ ପ୍ରଧାନ , କଟକସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ୪୮ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାସ, ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ର, ପୂର୍ବତନ କର୍ପୋରେଟର କୌଶିକ୍ ଜେନା, କଟକସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଂପାଦକ ପ୍ରମୋଦ କୁମାର ବେହେରା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।
ଏହି ମେଳା ୨୩ ତାରିଖ ଚୈତ୍ର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ଅନୁଷ୍ଠିତ ହେବ । ଏହି ମେଳାର ମୁଖ୍ୟ ଆକର୍ଷଣ ଆତସବାଜୀ ପ୍ରଦର୍ଶନ । ରାତି ୧୨ ଟାରୁ ଠାରୁ ଆତସବାଜୀ ପ୍ରଦର୍ଶନ ପ୍ରତିଯୋଗିତା ଆରମ୍ଭ ହୋଇ ରାତି ପାଇବା ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଏହାକୁ ଦେଖିବା ଲାଗି କଟକ,ଭୁବନେଶ୍ୱର, ବାରଙ୍ଗ, ବାଙ୍କୀ,କଟକ ସଦର, ୪୨ମୌଜା, ଜଗତପୁର,,ଗୋବିନ୍ଦପୁର, ବାଲିଅନ୍ତା, କଣ୍ଟାପଡା, ନିଆଳୀ, ଖୋର୍ଦ୍ଧା, ଜଟଣୀ, ଆଦି ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ।
ଏହି ମେଳାରେ ୫ଶହରୁ ଉର୍ଦ୍ଧ୍ବ ଛୋଟବଡ଼ ବିଭିନ୍ନ ପ୍ରକାର ଦୋକାନ ମେଳାରେ ଖୋଲା ଯାଇଥାଏ । ପ୍ରତ୍ୟେହ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଛ ଦିନ ଧରି ରାତିରେ ତୁଳସୀ ଗଣନାଟ୍ୟ ଏବଂ କଳିଙ୍ଗ ଗଣ ନାଟ୍ୟ ଅପେରା ପରିବେଷଣ କରିବେ । ଏଣୁ ପ୍ରତିଦିନ କିଣାବିକା ସାଙ୍ଗକୁ ପ୍ରିରେ ବସି ଅପେରା ଦେଖିବାକୁ ଆସୁଥିବା ହଜାରହଜାର ଲୋକଙ୍କ ସମାଗମକୁ ଆଖିଆଗରେ ରଖି ଶାନ୍ତିଶୃଙ୍ଖଳାରକ୍ଷା ନିମନ୍ତେ ପ୍ରତାପନଗରୀ ଗ୍ରାମବାସୀ, ଧାକୁଲେଇ ଗ୍ରାମ ଉନ୍ନୟନ କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ , ପୋଲିସ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯିବ ।
ଅତ୍ୟଧିକ ଲୋକଙ୍କ ସମାଗମ କୁ ଆଖି ଆଗରେ ରଖି ,୨୪ ଘଣ୍ଟିଆ ୭୦ଟି ସିସିଟିଭି ମେଳା ପଡିଆ ସହିତ ଆଖପାଖ ଅଞ୍ଚଳରେ ଲାଗାଯିବର ବ୍ୟବସ୍ଥା, ବିଦ୍ୟୁତ ସେବା, ଅସ୍ଥାୟୀ ଶୌଚାଳୟ, ଅଗ୍ନିଶମ କର୍ମଚାରୀ, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବା, ଆଲୋକ କରଣ, ଟ୍ରାଫିକ ନିୟନ୍ତ୍ରଣ, ନିଶା ସେବନ କାରୀଙ୍କୁ ଧରିବା, ଗହଳିରେ ପକେଟ ମାରୁ ଚେନ ଲୁଟେରାଙ୍କୁ ଧରିବା ପାଇଁ ସାଧା ପୋଷାକରେ ପୋଲିସ କର୍ମଚାରୀ ମୁତୟନ ,ସାତଦିନ ଧରି ବାଲି ଘାଟକୁ କୌଣସି ବାଲିଗାଡି ଯେପରି ଯାତାୟତ ନକରନ୍ତି ସେ ଦିଗରେ ଦୃଷ୍ଟି ଦେବା ନେଇ ବୈଠକରେ ଆଲୋଚନାକରାଯାଇଥିଲା । ସହ ସଂପାଦକ ବାଦଲ କୁମାର ଜେନା,କୋଷାଧ୍ୟକ୍ଷ ବାଦଲ କୁମାର ସ୍ୱାଇଁ ପ୍ରମୁଖ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ ।
No Result
View All Result