No Result
View All Result
୧୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଓଡ଼ଗାଁ :-> ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଠାରେ ବିଜେ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲଡୁକେଶ୍ୱର ପୀଠ ର ପ୍ରଭୁ ଲଡୁବାବ।ଙ୍କ ପ୍ରତିବର୍ଷ ହେଉଥିବା ଭଉଁରୀ ବା ଚନ୍ଦନ ଯାତ୍ରା ପ୍ରତିବର୍ଷ ବୈଶାଖ ମାସ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇ ପ୍ରାୟ ୨୧ ଦିନ ଧରି ଅନୁଷ୍ଠିତ ହୋଇଥାଏ ।ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ମାନବଲୀଳା ସୃଷ୍ଟିକାରୀ ପ୍ରଭୁ ସ୍ୱଂୟ ପ୍ରତିଦିନ ମଧ୍ୟାହ୍ନରେ ଜଳ କ୍ରୀଡା କରି ପୋଖରୀ ମଧ୍ୟରେ ଥିବା ଚନ୍ଦନ ଗୃହରେ ଚନ୍ଦନ,କର୍ପୂର ସୁବାସିତ ଜଳ କୁଣ୍ଡ ମଧ୍ୟରେ ପାଟବସ୍ତ୍ର ପିନ୍ଧି ନୀତିକାନ୍ତି ଅନୁଯାଇ ବିଶ୍ରାମ ନେଇଥାନ୍ତି ।ସନ୍ଧ୍ୟାରେ ମଧ୍ୟ ନାଵ କ୍ରୀଡା ପରେ ନୀତିକାନ୍ତି ଅନୁଯାଇ ନିକଟସ୍ଥ ଭିକ।ରିପଡ଼। ଗ୍ରାମକୁ ଯାଇ ଭୋଗ ଖାଇ ମନ୍ଦିରକୁ ଫେରନ୍ତି ।

କିନ୍ତୁ ମନ୍ଦିର ନିକଟସ୍ଥ ଚନ୍ଦନ ପୋଖରୀକୁ ସୌନ୍ଦର୍ଯ୍ୟକରଣ ଆଳରେ ସମ୍ପୂର୍ଣ ଶୁଖାଇ ଦିଆଯାଇଛି ।ଯାହାଦ୍ୱାରା ଠାକୁରଙ୍କ ଚନ୍ଦନ ଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଛି ।ଦୀର୍ଘ ୧୮ ବର୍ଷ ଧରି ସଫା ହୋଇନଥିବା ଦର୍ଶାଇ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ କରୁଥିବା ଠିକାଦାର ନିଜ ମନ ଇଚ୍ଛାରେ କାର୍ଯ୍ୟ ଜାରି ରଖିଛି ।ଫଳରେ ଏଇ ବର୍ଷ ପ୍ରଭୁଙ୍କ ନାଵ ଖେଳ ସମ୍ପୂର୍ଣ୍ଣ ବନ୍ଦ ହେବାର ଦେଖାଦେଇଛି ।ଠାକୁରଙ୍କ ଚନ୍ଦନ ଯାତ୍ରା ପାଇଁ କାହାର ଆନ୍ତରିକତା ଦେଖିବାକୁ ମିଳୁନଥିବା ଜଣାଯାଏ ।ସ୍ଥାନୀୟ ଶ୍ରଦ୍ଧାଳୁ,ବୁଦ୍ଧିଜୀବି ଓ ସେବାୟତ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।ଦେବୋତ୍ତର ବିଭାଗ ଏଥି ପ୍ରତି ସମ୍ପୂର୍ଣ୍ଣ ଦାୟୀ ବୋଲି ଜନସାଧାରଣ କହିଛନ୍ତି । ଉପଜିଲ୍ଲାପାଳ ମନ୍ଦିରର ମୁଖ୍ୟ ପ୍ରଶାସକ ହୋଇଥିବାରୁ କିପରି କାହାର ଏଥିପାଇଁ ଆଗ୍ରହ ନାହିଁ ତାହାହିଁ ଚିନ୍ତାର ବିଷୟ ।

No Result
View All Result