No Result
View All Result
୧୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ବହୁଜନ ସମାଜବାଦୀ ପାର୍ଟି ( ବିଏସପି) ରୁ ପ୍ରାର୍ଥୀ ହେଲେ ଶ୍ରୀମତୀ ରିନା ପ୍ରଧାନ। ସେ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବାକୁ ଦରଖାସ୍ତ କରିଥିଲେ। କଂଗ୍ରେସ ଦଳ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିନଥିବାରୁ ଅସନ୍ତୁଷ୍ଟ ହୋଇ ବହୁଜନ ସମାଜବାଦୀ ପାର୍ଟି ( ବିଏସପି) ଦଳରୁ ପ୍ରାର୍ଥୀ ହୋଇଥିବା ଦଳ ଘୋଷଣା କରିଛି।

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୁର୍ବତନ ମୁଖ୍ୟମନ୍ତ୍ରୀ କୁମାରୀ ମାୟାବତୀ ଘୋଷଣା କରିଥିବା ପ୍ରକାଶ। ଚଳିତ ନିର୍ବାଚନରେ ବିଏସପି ରାଜ୍ୟରେ ପ୍ରଥମ ଦଫାରେ ଚବିଶ ଜଣଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିବା ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ। ଏହି ନିର୍ବାଚନରେ ମୋହନା ନିର୍ବାଚନ ମଣ୍ଡଳୀରେ ବିଏସପି ଜଣେ ମହିଳା ଙ୍କୁ ପ୍ରାର୍ଥୀ କରିଥିବା ଜଣାପଡିଛି।

No Result
View All Result