No Result
View All Result
୧୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> ବୟସ ମାତ୍ର ୨ବର୍ଷ, ପାଟି ଖନି ବାଜୁଛି କିନ୍ତୁ ମୁହଁରେ ମହାପ୍ରଭୁଙ୍କ ଶ୍ଲୋକ, ଥରିଲା ଥରିଲା ହାତରେ ଅଙ୍କୁଛି ସୁନ୍ଦର ଚିତ୍ର. ପନିପରିବା ଠାରୁ ଫୁଲ ଫଳର ନାଆଁକୁ ଇଂରାଜୀ ଶବ୍ଦରେ କହି ମନ ମୋହି ନେଉଛି ରୁଦ୍ରାଂଶ. ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ସୋଲର ବାସିନ୍ଦା, ମା’ ଝିମି ପାତ୍ର ଓ ବାପା ସଞ୍ଜୟ ବେହେରାଙ୍କ ୨ ବର୍ଷର ପୁଅ ରୁଦ୍ରାଂଶ ବେହେରା. ରୁଦ୍ରାଂଶ ତା’ର ଏଇ କଅଁଳ ବୟସରେ ଖାଲି ବାପା ମାଆ କି ପରିବାର ନୁହେଁ ପୁରା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛି.
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅର୍ଜନ କରିଛି ରୁଦ୍ରାଂଶ. ଏହି ରେକର୍ଡର ମହତ୍ତ୍ବକୁ ବୁଝୁ ନଥିବା ରୁଦ୍ରାଂଶ ଆଜି ବଢେଇ ଦେଇଛି ତାର ମାଆ ବାପାଙ୍କ ଗୁରୁତ୍ବ. ମାତ୍ର ୭/୮ ମାସରୁ କଥା କହିବା ଆରମ୍ଭ କରିଥିବା ରୁଦ୍ରାଂଶ ୨୧ ମାସରେ ସ୍ପଷ୍ଟ ଭାବେ କିଛିବି ବାକ୍ଯ ଉଚ୍ଚାରଣ କରିଥିଲା. ଏହା ସହ ତାର ବିଚକ୍ଷଣ ସ୍ମରଣ ଶକ୍ତିକୁ ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ. ଏହା ପରେ ମାଆ ଝିମି, ରୁଦ୍ରାଂଶର ସଠିକ୍ ଯତ୍ନ ନେବା ସହ ଉଚିତ୍ ଶିକ୍ଷା ଦେବା ଆରମ୍ଭ କରିଥିଲେ.
ବିଭିନ୍ନ ବହି ଏବଂ ଜିନିଷ ପତ୍ର କିଣି ରୁଦ୍ରାଂଶ ପାଇଁ ଉପଯୋଗ କରିଥିଲେ. ଆଉ ରୁଦ୍ରାଂଶ ମଧ୍ୟ ତାର ମାଆଙ୍କ ଠାରୁ ଶିକ୍ଷା ଲାଭ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହେଇ ପାରିଛି. ରୁଦ୍ରାଂଶର ଏହି ସଫଳତାରେ ମାଆ ବାପା, ପରିବାର ଓ ବନ୍ଧୁବାନ୍ଧବ ସମେତ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ଖେଳି ଯାଇଥିବାବେଳେ ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି. ତେବେ ଆଗକୁ ପୁଅ ରୁଦ୍ରାଂଶକୁ ଅଧିକ ଶିକ୍ଷା ପ୍ରଦାନ କରି ଏଦିଗରେ ଥିବା ଅଧିକ ରେକର୍ଡ ପାଇଁ ଚେଷ୍ଟା କରିବେ ବୋଲି ମାଆ ଝିମି କହିଛନ୍ତି.
No Result
View All Result