ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାରେ ପୁଣି ନୂଆ ୩୩ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ୪ଜଣ, ବେଦାନ୍ତ ଟାଉନସିପ ରେ ୮ ଜଣ, ଜୁନାଗଡ଼ ବ୍ଳକରେ ୮ଜଣ ଏଥିରେ ୩ ଜଣ କରୋନା ଯୋଦ୍ଧା ପୋଲିସ ଅନ୍ତର୍ଭୁକ୍ତ । ସେହିପରି ପର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୫ଜଣ, କଲମପୁର ବ୍ଲକରେ ଜଣେ ସର୍ଭିସ୍ ପ୍ରଭାଇଡର , ମଦନପୁର ରାମପୁର ବ୍ଳକରେ ଜଣେ ସର୍ଭିସ୍ ପ୍ରଭାଇଡର , ନର୍ଲା କଣ୍ଟେନମେଣ୍ଟ ଜୋନରେ ଜଣେ , ଭବାନୀପାଟଣାରେ ୨ ଜଣ , ଗୋଲାମୁଣ୍ଡା ବ୍ଲକରେ ୨ଜଣ , କର୍ଲାମୁଣ୍ଡା ବ୍ଳକରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
୩୩ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୮ ଜଣଙ୍କୁ ଲାଞ୍ଜିଗଡ଼ ବେଦାନ୍ତର କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜିର ୩୩ ଜଣଙ୍କୁ ମିଶାଇ ଜିଲ୍ଲାରେ ୨୫୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜୁଲାଇ ମାସରେ ସର୍ବାଧିକ ୧୮୩ ଜଣ ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ବିଶେଷ କରି ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତି, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ସଙ୍ଗରୋଧ କେନ୍ଦ୍ରରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହି ଆସିଛି ।
ଲୋକେ ସାମାଜିକ ଦୂରତା ବଜାୟ ରଖୁ ନ ଥିବା, ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦେଉ ନ ଥିବାରୁ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ତେଣୁ ଏ ଦିଗରେ ଜନସାଧାରଣ ଓ ପ୍ରଶାସନ ସଜାଗ ରହିବାର ଆବଶ୍ୟକତା ରହିଛି । (ରିପୋର୍ଟ-ପ୍ରଦୀପ କୁମାର ଗଉଡ, ଛାୟାକାନ୍ତ ନାଏକ )