No Result
View All Result
୧୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଠାରେ ଥିବା ଡାଳିଯୋଡା ବନାଅଞ୍ଚଳର ପକ୍ଷରୁ ଗତକାଲି ମଧ୍ଯ ରାତିରେ ଅମିୟଝରୀ ନିକଟସ୍ଥ ହାତୀଗଡା ଠାରୁ ୨ ଟି ଚୋରା ମାଙ୍କଡ଼ା ପଥର ବୋଝାଇ ଟ୍ରକ ଜବତ କରାଯାଇଛି ।
ଘଟଣାରୁ ପ୍ରକାଶ କଟକ ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ମଣିଆ ଅଞ୍ଚଳରୁ ଦୁଇଟି ଟ୍ରକ ଚୋରା ମାଙ୍କଡ଼ା ପଥର ବୋଝାଇ କରି ବଡଚଣା ଅଞ୍ଚଳକୁ ଆସୁଥିବା ଖବର ପାଇ ବୈରୀ ଫରେଷ୍ଟର ମାଣିକ ମୁଣ୍ଡା ହାତୀଗଡା ଠାରେ ଜଗିବସିଥିଲେ ଟ୍ରକ ଦୁଇଟି ଆସିବା ବେଳେ ଟ୍ରକକୁ ଆଟକାଇବା କାଗଜପତ୍ର ମାଗିଥିଲେ ।
ଟ୍ରକ ରେ ମାଙ୍କଡ଼ା ପଥରର କୈଣସି ଆବଶ୍ୟକ କାଗଜପତ୍ର ନ ଥିବାରୁ OR04E-5646ଓ OR04D-3664ଟ୍ରକ ଦୁଇଟିକୁ ଜବତ କରି ବୈରୀ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି ।ଜଙ୍ଗଲ ବିଭାଗ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାଳିଯୋଡା ରେଞର ହିମାଂଶୁ ଶେଖର ପୃଷ୍ଟି ପ୍ରକାଶ କରିଛନ୍ତି ।
No Result
View All Result