ରଣପୁର ମୁସଲିମ ସାହିରେ ଭାଇଚାରା ମଧ୍ୟରେ : ‘ଇଦ୍-ଉଲ୍ ଫିତର ପର୍ବ’ ଧୁମ୍ ଧାମରେ ପାଳିତ

୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ରଣପୁର :-> ରଣପୁର ଏନଏସି ୧୧ ନମ୍ବର ୱ।ର୍ଡ଼ ମୁସଲିମ ସାହିରେ ଆଜି ଭାଇଚାରା କୁ ବଜାୟରଖିବା ସହିତ , ଧୁମଧାମରେ ପବିତ୍ର ଇଦୁଲ ଫିତର ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା । ଦୀର୍ଘ ଏକମାସ ଧରି ମୁସଲିମ ଭାଇ ଭଉଣୀ ଏବଂ ପିଲାମାନେ ରୋଜା ଉପବାସ ବ୍ରତ ରଖିଥିଲେ । ଏହା ଆଜି ସମାପନ ହୋଇଛି ।

ସକାଳ ୮ ଟାରେ ନୂତନ ବସ୍ତ୍ର ଧାରଣ କରିଥିବା ମୁସଲିମ ଭାଇମାନେ ନିକଟସ୍ଥ ମସଜିଦରେ ଏକତ୍ରିତ ହୋଇ ସମୁହ ନମାଜ ପାଠ କରିଥିଲେ । ନମାଜ ପାଠ ପରେ ପରେ ହିନ୍ଦୁ ଏବଂ ମୁସଲିମ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ୍ ର ଶୁଭେଛା ଜଣାଇଥିଲେ ।ସାରା ବିଶ୍ୱରେ ଇଦ୍ ପର୍ବର ବିଶେଷ ମହତ୍ତ୍ୱ ରହିଛି ।

ସାଧାରଣତଃ ମୁସଲମାନ ଭାଈ ଭଉଣୀ ମାନେ ରମଜାନ ମାସ ଶେଷ ହେବା ପରେ ଶୱାଲଙ୍କ ପ୍ରଥମ ତାରିଖ ରେ ଇଦ୍ ପର୍ବ ପାଳନ କରିଥାନ୍ତି । ତେବେ ଆଜି ହେଉଛି ରମଜାନ ମାସର ଶେଷ ଶୱାଲଙ୍କ ପ୍ରଥମ ତାରିଖ ଯାହାକୁ ଇଦ୍ ଉଲ୍ ଫିତର୍ ଭାବରେ ପାଳନ କରୁଛି ସାରା ଦେଶ ।

ଏହାକୁ ଇଦ୍-ଉଲ୍-ଫିତର, ଇଦ୍-ଅଲ-ଫିତର, ମିଥୀ ଇଦ୍ କିମ୍ବା ରମଜାନ୍ ଇଦ୍ ମଧ୍ୟ କୁହାଯାଏ । ସାରା ରାଜ୍ୟର ମୁସଲମାନ ସଂପ୍ରଦାୟର ଲୋକଙ୍କ ଘରେ ଘରେ ୧୧ ଏପ୍ରେଲରେ ତଥା ଆଜିର ଦିନରେ ଇଦ୍ ପାଳନ କରାଯାଉଛି । ଇଦ୍ କୁ ବେଶ୍ ଧୂମଧାମରେ ପାଳନ କରନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ ।

 

ଶୱାଲ ଜହ୍ନ ଦେଖିବା ପରେ ଇଦ୍ ପାଳନ କରାଯାଏ । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଏବଂ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ଅନୁସାରେ ୯ ଏପ୍ରିଲରେ ଭାରତରେ ଇଦ ଚାନ୍ଦ ଦେଖାନଯିବାରୁ ଆସନ୍ତା ୧୧ ତାରିଖ ଦିନ ଇଦ୍ ପାଳିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଇଦ୍-ଉଲ୍ ଫିତର ପର୍ବ ପାଇଁ ଦେଶର ସମସ୍ତ ମସଜିଦକୁ ସଜାଯାଇଥିବା । ନିଜ ନିଜର ସମ୍ପର୍କୀୟ ଙ୍କ ସହିତ ବେଶ୍ ଧୁମ୍ ଧାମରେ ଇଦ୍ ପାଳନ କରୁଥିବା ଦେଖିବାକୁ ମିଳିଛି । ଇଦ୍ ପୂର୍ବ ଦିନରୁ ମାର୍କେଟରେ ଗହଳି ଦେଖାଯାଇଥିଲା ବେଳେ ଆଜି ସାରା ଭାରତ ରେ ହିନ୍ଦୁ ମୁସଲମାନ ଭାଈ ଭାଇ ର ସମ୍ପର୍କ

 

ବଜାୟ ରଖି ସମସ୍ତ ସରକାରୀ ଓ ବେସରକାରୀ ଦପ୍ତର ଗୁଡ଼ିକ ବନ୍ଦ ଥିବା ଦେଖିବାକୁ ମିଳିଛି ।ଆୟୋଜିତ ଉତ୍ସବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଏନଏସି ଅଧକ୍ଷ୍ୟା ରଙ୍ଗୀନ୍ ମହାନ୍ତି , ରଣପୁର ଏନଏସି ନଗର ସଭାପତି ଲିଙ୍ଗରାଜ ନାୟକ , MP ପ୍ରତିନିଧି ସ୍ବରାଜ ମହାନ୍ତି , ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ,ମୌଲାନ ଜମିର୍ , ମିଲ୍ ତାଲିମ୍ ମହମ୍ମଦ, ମିଲ୍ ତହିମ୍ , ଶେଖ୍ ଇବ୍ରାହିମ୍ , ମିର୍ ଅବଦୁଲ ସିଦ୍ଧିକ, ରୋସ୍ତମ୍ ଖାଁ , ପ୍ରମୁଖ ସାହିର ସମସ୍ତ ଯୁବକ ପରିଚାଳନା ରେ ସହଯୋଗ କରିଥିଲେ .