* ଆକ୍ସନ ମୋଡ୍ ରେ ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନା
* ପୁଣି ଏକ ଚୋରାବନ୍ଧୁକ ଜବତ୍ ଜଣେ ଗିରଫ
୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :-> ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ । ଏହି ଅଂଚଳର ଅଧିକାଂଶ ବ୍ୟକ୍ତି ନିଜ ପାଖରେ ଦେଶୀ ବନ୍ଧୁକ ରଖି ଜଙ୍ଗଲରୁ ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଗତକାଲି ରାତିରେ ବାଣୀଗୋଛା ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ବ୍ୟକ୍ତି ଜଣକ ହେଲେ ବଡ଼ ମୁଣ୍ଡୁଳା ଗ୍ରାମର ସୁବୁନାଥ ପ୍ରଧାନ କଂ ପୁଅ , ନରୋତ୍ତମ ପ୍ରଧାନ । ଗତକାଲି ରାତ୍ରରେ ବିଶେଷ ସୁତ୍ରରୁ ଖବର ପାଇ , ବାଣୀଗୋଛା ଥାନାଧିକାରୀ ନରୋତ୍ତମ କଂ ଘରୁ ଚୋରା ବନ୍ଧୁକ ଜବତ୍ କରିବା ସହିତ ,କେସ୍ ନଂ ୪୯/୨୦୨୪ ରୁଜ୍ଜୁ କରି ତାକୁଂ ଗିରଫ କରିଛନ୍ତି । ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ।
ପ୍ରକାଶ ଥାଉକି ଉକ୍ତ ଅଞ୍ଚଳରୁ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାବେଳେ , ଲଗାତାର ଭାବେ ବନ୍ଧୁକ ଜବତ କରାଯାଉଥିବା ବେଳେ ଶିକାରୀଙ୍କ ପ୍ରାଦୁର୍ଭାବ କିଭଳି ବଢ଼ି ଚାଲିଛି ତାହା ସହଜରେ ଅନୁମାନ କରାଯାଇପାରେ। ତେବେ ୩ ମାସ ମଧ୍ୟରେ ଥାନା ଅଧିକାରୀ ଶ୍ରୀ ଦଣ୍ଡସେନା ପ୍ରାୟ ୧୦ ଟି ବନ୍ଧୁକ ର ଜବତ କରି ଏବେ ଚର୍ଚ୍ଚାରେ ରହିଛନ୍ତି।