କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ – ବିଜେପି ଛାଡ଼ିଲେ ବିଜେପି ଓଵିସି ମୋର୍ଚ୍ଚା ଜିଲ୍ଲା ସଭାପତି – ପ୍ରଦୀପ କୁମାର ନାଏକ

୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେପି ଓଵିସି ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ବିଜେପି ତାର ମୈ ।

ଳିକ ନୀତି ଆଦର୍ଶ ଭୁଲି କଳାହାଣ୍ଡି ସାଂସଦ ଓ ବିଧାୟକ ଟିକଟ ବଣ୍ଟନ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ଶ୍ରୀ ନାଏକ ବିଜେପିର ଜଣେ ସଚ୍ଚୋଟ କର୍ମୀ ଭାବେ କାମ କଲାପରେ ମଧ୍ୟ ଏଥର ନର୍ଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ରୂପେ ତାଙ୍କୁ ରାଜ୍ୟ ନେତ୍ରୃମଣ୍ଡଳୀ ଅବହେଳା କରି ଥିବାରୁ ସେ କ୍ଷୋଭ ପ୍ରକଟ କରି ସ୍ଵାଧୀନ ଭାବେ ନର୍ଲା ନିର୍ବାଚନରେ ଲଢେଇ କରିବେ ବୋଲି ଚେତାବନୀ ଦେଇଛନ୍ତି ।