ସ୍ବର୍ଗତ ନାକା ସୁନ୍ଦର କୁମାରଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ଠାରେ ଆଜି ସ୍ବର୍ଗତ ନାକା ସୁନ୍ଦର କୁମାରଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାକା ପରିବାର ପକ୍ଷରୁ ଆୟୋଜିତ ଏହି ଶୋକ ସଭା ରେ ଗ୍ରାମର ବହୂ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପ୍ରଥମେ ଉପସ୍ଥିତ ଥିବା ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କର ସ୍ବର୍ଗତ ନାକା ସୁନ୍ଦର କୁମାରଙ୍କ ମହାନ ଅମର ଆତ୍ମା ସଦଗତି ନିମନ୍ତେ ଶୋକାକୁଳ ପରିବାରକୁ ସାନ୍ତନା ମୂଳକ ବାର୍ତ୍ତା ଦେଇଥିଲେ ।

ସେ ଜଣେ ସରଳ ଓ ସ୍ବଚ୍ଛଟ ବ୍ୟକ୍ତ ଥିଲେ । ବନ ବିଭାଗ ରେ ସେ କାର୍ଯ୍ୟରତ ଥିଲେ । ମୁତ୍ୟୂ ଵେଳକୁ ତାଙ୍କର ବୟସ ମାତ୍ର ୪୭ ଵର୍ଷ ହୋଇଥିଲା । ସେ ଜଣେ ଦୟାଳୁ ଓ ପରୋପକାରୀ ବ୍ୟକ୍ତି ଥିଲେ । ଅନ୍ୟ ଅତିଥି ମାନେ ଉପସ୍ଥିତ ରହି ତାଙ୍କର ମୁତ୍ୟୁ ପରିବାର ଓ ଗ୍ରାମ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।