କଳିଙ୍ଗ ଭାରତୀ ବିଦ୍ୟାନିକେତନରେ ବାର୍ଷିକ ଉତ୍ସବ

୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଚାନ୍ଦପୁର :-> ସୋମ ବାର  ଦିନ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ପଞ୍ଚଦଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା , ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ନାରାୟଣ ମହାପାତ୍ର , ସମ୍ମାନିତ ଅତିଥି ଭାବେ କନ୍ଧନୟାଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୁଲୁବାସ ସୁବୁଦ୍ଧି , ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ଦାସ , ଚାନ୍ଦପୁର କ୍ଲଷ୍ଟର ର ସି,ଆର,ସି,ସି  ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ,

ସ୍ଵତନ୍ତ୍ର ଅତିଥି ଭାବେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ରାସାୟନିକ ବିଜ୍ଞାନ ଅଧ୍ୟକ ଶ୍ରୀଯୁକ୍ତ ଗଦାଧର ରଥ,  ଗୁରୁକୃପା ଗ୍ରୁପ୍ ଅଫ୍ ଏଜୁକେଶନଲ  ହବ୍ ର ଚେୟାରମେନ ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ ଯୋଗ  ଦେଇ ବାର୍ଷିକ ଉତ୍ସବ ର ଶୋଭା ମଣ୍ଡନ କରିଥିଲେ । ପିଲାମାନେ କିପରି ମଣିଷ ହେବେ , ମା ମାନଙ୍କର ପିଲାମାନଙ୍କ ପ୍ରତି କଣ ଜଣ କର୍ତ୍ତବ୍ୟ ରହିଛି ପ୍ରତ୍ୟେକ ବିଷୟକୁ ଅତିଥି ମାନେ  ନିଜ ନିଜ ବକ୍ତବ୍ୟରେ ବୁଝାଇ ଥିଲେ ।

ଆଜିର ସମୟରେ ମୋବାଇଲ କିପରି ପିଲାମାନଙ୍କର ଜ୍ଞାନ କୁ ଖରାପ କରୁଛି ତାହା ମଧ୍ୟ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ଅତିଥି ମାନେ ଅଭିଭାବକ ମାନଙ୍କୁ କହିଥିଲେ । ବିଦ୍ୟାଳୟର ଗୁରୁମା ରୋଜାଲିନ ଦାସ ବିବରଣୀ ପାଠ କରିଥିଲେ ।ରାଜ୍ୟପାଳ  ସାର୍ଟିଫିକେଟ  ୧୫ ଜଣ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ  ପ୍ରଦାନ କରାଯାଇଥିଲା । ତତ୍ ସହ ବାର୍ଷିକ କ୍ରୀଡା ରେ କୃତ କାର୍ଯ୍ୟ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ବିଦ୍ୟାଳୟ ର ପିଲା ମାନେ ଆଗାମୀ ସମୟର କିପରି ଜାପାନ ଯିବେ ସେ ବିଶୟ ରେ ମଧ୍ୟ କୁହାଯାଇଥିଲା । ଟ୍ରଷ୍ଟ ଦ୍ଵାରା ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ଦାସ ଙ୍କୁ କନ୍ଧନୟାଗଡ଼ ସମ୍ମାନ ଓ ପ୍ରଶାନ୍ତ କୁମାର ପ୍ରଧାନ ଙ୍କୁ  ଶିକ୍ଷା ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।ମଣ୍ଡଳ ଶିକ୍ଷାଅଧିକାରୀ  ଶ୍ରୀମତୀ ବନଲତା  ବେହେରା ଓ ଡକ୍ଟର ଭବାନୀ ଶଙ୍କର ନାୟକଙ୍କୁ ଆମ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲ।