No Result
View All Result
୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ବିଜେଡ଼ି ଶ୍ରୀମୟୀଙ୍କ ଭୁବନେଶ୍ୱର ଲୋକସଭା ଟିକେଟ୍ କଟିବା ନେଇ ଏବେ ରାଜଧାନୀର ଗଳିକନ୍ଦିରେ ଚର୍ଚ୍ଚା ଚାଲୁଛି । ବିଗତ କିଛି ମାସ ଧରି ବିଜେଡ଼ିର ବରିଷ୍ଠ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଶ୍ରୀମୟୀଙ୍କୁ ଧରି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ତାଙ୍କୁ ଆଗାମୀ ଲୋକସଭା ପ୍ରାର୍ଥୀ ହିସାବରେ ପରିଚୟ କରାଇଥିଲେ । ଅଶୋକ ପଣ୍ଡାଙ୍କର ଏଭଳି ଆକସ୍ମିକ ଘୋଷଣା ବହୁ ବିଜେଡ଼ି ବରିଷ୍ଠ ନେତାଙ୍କୁ ସେତେବେଳେ ବିସ୍ମିତ କରିଥିଲା ।ଅଶୋକ ବାବୁ ନିଜେ ମନରୁ ଏଭଳି ଘୋଷଣା କରିଥିଲେ ନା ତାଙ୍କୁ କିଏ ଦଳୀୟରୁ ନିର୍ଦ୍ଦେଶ ଦେଇଥିଲା ତାହା ଏବେ ଚର୍ଚ୍ଚା । ଅନ୍ୟ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ରାଜ୍ୟ ପ୍ରଶାସନର ଜୈନିକ ପ୍ରଭାବଶାଳୀ ମହିଳା ଆଇଏଏସ୍ ଅଫିସର ଶ୍ରୀମୟୀଙ୍କ ଲୋକସଭା ଟିକେଟ୍ କାଟିବା ପାଇଁ ଜୋର୍ ଦେଇଥିଲେ । ଏଥିରେ ସେ ସଫଳ ହୋଇଛନ୍ତି ବୋଲି କିଛି ବିଜେଡ଼ି ନେତା ଖୋଲାଖୋଲି କହୁଛନ୍ତି ।
No Result
View All Result