୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> ସିଏମସି ୫୯ ନମ୍ବର ୱ।ର୍ଡ଼ ନୂଆ କାଚରାମାଳ ଗ୍ରାମର ସ୍ୱାଗତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ରାତି ୧୦ ଟାରେ ଫୁଲନଖରା ଅରବିନ୍ଦ ସ୍କୁଲ ଖେଳପଡିଆରେ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ବିଜେପିର କଟକ ସାସଂଦ ପ୍ରାର୍ଥୀ ଭତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।
ଆୟୋଜିତ ଉତ୍ସବରେ କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ , ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, ବିଜେପି କଟକ ନଗର ଉପସଭାପତି ସ୍ୱାଧୀନ ଚେତା ମହାନ୍ତି, ବିଜେପିର ବରିଷ୍ଠ ନେତା ପ୍ରତାପ ରାଉତରାୟ, ବଦ୍ରିନାରାୟଣ ପଟ୍ଟନାୟକ, ପ୍ରମୋଦ କୁମାର ଓଝା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ । ଲକ୍ଷେଶ୍ୱର ଯୁବକ ସଂଘର ସଭାପତି ଆଲୋକ କୁମାର ବେହେରା, ଏବଂ କ୍ଲବର ସଦସ୍ୟମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଲକ୍ଷେଶ୍ୱର ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।