୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତ ର ବିଜେପି ଦଳର ଯୁବ ମୋର୍ଚ୍ଚା ସଭାପତି ଅନିଲ କୁମାର ସାହୁ ଙ୍କ ସମେତ -୨୦ ଜଣ ରୁ ଉର୍ଦ୍ଧ ଛାମୁଆ ସଂଗଠକ ବିଜେପି ଦଳ ପ୍ରତ୍ୟାଖ୍ୟାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ

ଏବଂ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ସୁ ସଂଗଠନ ଦେଖି ବିଧାୟକ ଙ୍କ ଆଲିଯୋଡ଼ା ସ୍ଥିତ ବାସ ଭବନ ରେ ଆନୁଷ୍ଠାନିକ ଭାବେ ଯୋଗ ଦାନ କରି ଥିଲେ । ଏହି କୁହୂଣ୍ଡା ପଞ୍ଚାୟତ ର ସମସ୍ତ ମୂରବୀ ଯୁବ ଛାତ୍ର ଓ ସରପଞ୍ଚ ଙ୍କ ଉପସ୍ଥିତି ରେ ମଧ୍ୟ ଯୋଗ ଦେଇଥିଲେ ।
















