ବିପଦ ସଙ୍କୁଳ ଅବସ୍ଥାରେ ରହିଛି ମୁକୁଳା ବିଦ୍ୟୁତ ଟ୍ରାନସଫର୍ମର – ନାହିଁ ସୁରକ୍ଷା ପ୍ରାଚୀର    

୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :-> ପ୍ରବାହିତ ବିଦ୍ୟୁତକୁ  ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ମୁକୁଳା ହୋଇ ଟ୍ରାନସଫର୍ମର ବସିଥିବାର ଦେଖିବାକୁ ମିଳୁଛି । ଏହା ମୁକୁଳା ଅବସ୍ଥାରେ ରହିଥିବାରୁ କେତେବେଳେ କଣ ଅଘଟଣ ଘଟାଇବ ତାହା ଜାଣିବା ଅସମ୍ଭବ ନୁହେଁ ବୋଲି ସଚେତନ ନାଗରିକ ମାନେ କହିବା ସହ ବିଦ୍ୟୁତ୍ ବିଭାଗ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଏହାର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ସିମୋର- ବାଘମାରି ପୂର୍ତ୍ତ ବିଭାଗ ରାସ୍ତା ଦିନିଆରୀ ଛକ ନିକଟ ରାସ୍ତା ପାର୍ଶ୍ବରେ ମୁକୁଳା ଟ୍ରାନସଫର୍ମର ରହିଛି। ସେହିପରି ଗଅଁପୁର- କଣ୍ଟା ମଳିମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ମୁକୁଳା ଟ୍ରାନସଫର୍ମର ଥିବାରୁ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି।

ତୁରନ୍ତ ସୁରକ୍ଷା ପ୍ରାଚୀର ସମେତ ଆବଶ୍ୟକୀୟ ଉପକରଣ ଲଗାଇ ଆବଦ୍ଧ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଥିରେ ବେଗୁନିଆ ଟିପିସିଓଡିଏଲର  ଉପଖଣ୍ଡ ଅଧିକାରୀ ଇଞ୍ଜିନିୟର ଗୌରାଙ୍ଗ ଚନ୍ଦ୍ର ମଣ୍ଡଳଙ୍କୁ ପଚାରିବାରେ ଏ ସଂପର୍କରେ ଅବଗତ ନ ଥିଲୁ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଥିଲେ।