ଓଡିଶା ତାଜା ନ୍ୟୁଜ୍ (୩୧ ଜୁଲାଇ ଶୁକ୍ରବାର ) ବାଲେଶ୍ୱର ,ବସ୍ତା :- ରାସ୍ତା ସାଜିଛି ମରଣ ଯନ୍ତା । କୌଣସି ଗାଁ ଗହଳି କି ମଫସଲର ରାସ୍ତା ନୁହଁ । ବାଲେଶ୍ୱର ଜିଲ୍ଲା ବାଲିଆପାଳ, ଗାନ୍ଧିଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଘଣ୍ଟୁଆ ଛକ ନିକଟରେ ରାସ୍ତାଟି ପ୍ରାୟ ଦୁଇ ଫୁଟ ଗଭୀରକୁ ଦବି ଯାଇଛି । ସୂଚନା ଅନୁଯାୟୀ ,ଉକ୍ତ ରାସ୍ତା ଟି ଗାନ୍ଧୀ ଛକରୁ ଭାୟା ବାଲିଆପାଳ ହୋଇ କାଳିପଦା, କଙ୍କଡାପାଳ, ଓ କମରଦା, ଭୋଗରାଇ, ଆଦି ଅଞ୍ଚଳକୁ ସଂଯୋଗ କରିଥାଏ । ଏହା ମୁଖ୍ୟ ରାସ୍ତା ହୋଇଥିବାୁ ବାଲିଆପାଳ, ବସ୍ତା, ଭୋଗରାଇ, ଜଳେଶ୍ୱର ବ୍ଲକର ଲକ୍ଷ ଲକ୍ଷ ଲୋକ ଏହି ରାସ୍ତା ଉପରେ ନିର୍ଭର ରିଥାନ୍ତି । ଦୈନିକ ଶହ ଶହ ବସ, ଟ୍ରକ ଏହି ରାସ୍ତା ଦେଇ ଯାଆସ କରିଥାଏ ।
ବର୍ଷ ତମାମ ଏହି ରାସ୍ତା କାମହେଉଥିଲେ ବି ଏହାର କାମ ସରି ନଥାଏ । କୋଟି କୋଟି ଟଙ୍କା ସାରି ଏହି ରାସ୍ତା ନିର୍ମାଣ ହେଉଥିଲେ ବି ସବୁବେଳେ ନିମ୍ନ ମାନର କାମ ପାଇଁ ରାସ୍ତା ଦବୁଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏନେଇ ଜଣେ ବିଭାଗୀୟ ବିରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ, ରାସ୍ତାଟି ବହୁ ପୁରାତନ କଲଭର୍ଟ ଉପରେ ତିଆରି ହୋଇଥିଲା । କଲଭର୍ଟ ଭାଙ୍ଗି ଦବିଯିବାରୁ ରାସ୍ତାଟି ଦବି ଯାଇଛି । ତେବେ ବର୍ତ୍ତମାନ ଆସ୍ଥାୟୀ ଭାବେ ହୋମ ପାଇପ ପକାଇ ରାସ୍ତା ନିର୍ମାଣ ସହିତ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉଛି । ଖୁବ ଶୀଘ୍ର ଟେଣ୍ଡର କରି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ( ରିପୋର୍ଟ-ଦୀପ୍ତିମାନ ପତି )