୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> ସୋମବାର ବିଳମ୍ବିତ ରାତିରେ ଗୋବିନ୍ଦପୁର ଥାନା ଅଧୀନ ଚଉପଡ଼ା ଗ୍ରାମର ଦୁଇଟି ସ୍ଥାନରୁ ଚୋରି ହୋଇଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ପହଞ୍ଚି ଚୋରି ସମ୍ବନ୍ଧରେ ତଦନ୍ତ ଚଳାଇଛି । ଚଉପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ସୋମବାର ବିଳମ୍ବିତ ରାତିରେ,
ଦୁର୍ବୁତ୍ତ ମାନେ ପଶି ତିନୋଟି ଘରର କବାଟ ଭାଙ୍ଗି ଗଡ଼ରେଜରୁ ୩୫ ହଜାର ଟଙ୍କା ,ସୁନା ଗହଣା ଓ ଗୋଟିଏ ଗ୍ୟାସ ସିଲିଣ୍ଡର ନେଇଯିବା ସହ ତାଙ୍କ ଘରେ ଭଡ଼ା ନେଇ ଗହଣା ଦୋକାନ କରିଥିବା ବ୍ୟକ୍ତିଙ୍କ ସୁନା ଗହଣା ଦୋକନରେ କଳାକନା ବୁଲାଇ ଦେଇଛନ୍ତି । ଗୋବିନ୍ଦପୁର ଥାନାରେ ଘର ମାଲିକ ରଞ୍ଜିତ କୁମାର ବିଶ୍ବାଳ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପରିବାର ଦୁଇଦିନ ପୂର୍ବରୁ ବାହାରକୁ ଯାଇଥିଲେ ।
ତାର ସୁଯୋଗ ନେଇ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଏହା ସହିତ ରଞ୍ଜିତଙ୍କ ଘରେ ଭଡାରେ ଖୋଲାଯାଇଥିବା ମା ମଙ୍ଗଳା ଯୁଏଲାର୍ସର ସଟର ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ରୂପା ଗହଣା ଆଦି ଲୁଟିନେଇଛନ୍ତି । ସେମାନେ ମଧ୍ୟ ଗହଣା ଦୋକାନ ସାମନାରେ ଲାଗିଥିବା ସି ସି କ୍ୟାମେରା ପ୍ରଥମେ ଭାଙ୍ଗି ପରେ ଭିତରେ ଥିବା ଏଲଇଡି ଟିଭି ନେଇଯାଇଛନ୍ତି ।
ଗୋବିନ୍ଦପୁର ପୋଲିସ୍ ୮୮/୨୦୨୪ ନମ୍ବର କେସ ରୁଜୁ କରି ସାଇନ୍ତିଫିକ ଟିମ୍ ସହ ତଦନ୍ତ କରି ଅନୁସନ୍ଧାନ ଜାରି ରଖିଛି। ଏଠାରେ ପ୍ରକାଶ ଥାଉକି ଏହି ଥାନା ଅଧିନ ପାଟସୁନ୍ଦରପୁର ପଞ୍ଚାୟତ ଉରୁଜାଙ୍ଗ ଗ୍ରାମର ବିଭିନ୍ନ ଘରୁ ପ୍ରାୟ ଅନେକ ଦିନ ହେବ ବାରମ୍ବାର ଚୋରି ହେଉଛି । ଯାହାଫଳରେ ଗୋବିନ୍ଦପୁର ଥାନା ପୋଲିସ ପାଇଁ ଚାଲେଞ୍ଜ ହୋଇପଡିଛି । ଖୁବ ଶୀଘ୍ର ଆସାମୀ ମାନଙ୍କୁ ପୋଲିସ୍ ଧରିବ ବୋଲି ସ୍ଥାନୀୟ ବାସିନ୍ଦା ଭରସା ରଖିଛନ୍ତି ।