କର୍ଣ୍ଣାଟକର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଓଡ଼ିଆ ସେବା ସମିତି ସଙ୍ଗଠନ ପକ୍ଷରୁ : ଉତ୍କଳ ଦିବସ ପାଳିତ ହୋଇଯାଇଛି

୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) କର୍ଣ୍ଣାଟକ :-> କର୍ଣ୍ଣାଟକର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଓଡ଼ିଆ ସେବା ସମିତି ସଙ୍ଗଠନ ପକ୍ଷରୁ ବାଙ୍ଗାଲୋରସ୍ଥିତ ସିଲିକନ୍ ସିଟି କଲେଜରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ଏଚ୍ ଏମ୍ ଚନ୍ଦ୍ରଶେଖର (ସିଲିକନ୍ ସିଟି କଲେଜର ଅଧ୍ୟକ୍ଷ), ରବି ରାଜହଂସ (ଭିଏସ୍ଏଫ୍ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ), ହରି ରେଡ୍ଡୀ, ସି ଶୁଭା ରାଜଶେଖର (ମିସ୍ କର୍ଣ୍ଣାଟକ,  ସିଇଓ ସୁବର୍ଣ୍ଣ ଟିଭି) ଏବଂ କର୍ଣ୍ଣାଟକର ସମାଜସେବୀ ଦତ୍ତାତ୍ରେୟ, ଇନ୍ଦର, ସନ୍ନି, ଆନ୍ଥୋନି ସ୍ୱାମୀ ଏବଂ ବାଙ୍ଗାଲୋରର ଅନ୍ୟ ସମାଜସେବୀ ଉପସ୍ଥିତ ଥିଲେ।

ସାଂସ୍କୃତିକ ସମାରୋହ ସହିତ ଡ. ଜି ଥାଙ୍ଗାଦୁରାଇ (ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ-୨୦୦୫, ଶିକ୍ଷାବିତ୍ ଓ ଏକ ଏକାଡେମିର ସିଇଓ) ଏବଂ ଶ୍ରୀମତୀ ଅମୃତା ସାହୁ (କର୍ଣ୍ଣାଟକ ରତ୍ନ ସମ୍ମାନଜନକ ପୁରସ୍କାର-୨୩ ଏବଂ ସାଇ କିରଣ ଡ୍ୟାନ୍ସ ହଲର ପ୍ରତିଷ୍ଠାତା ସଦସ୍ୟ)ଙ୍କୁ ଶ୍ରେଷ୍ଠା ବ୍ୟକତିତ୍ବ ପ୍ରଦାନ କରାଯାଇଥିଲା। ଏହାପରେ ଡିକେ ମିଶ୍ର ଓ ଡ. ରବି ରାଜହଂସଙ୍କୁ ଓଡ଼ିଆ ସେବା ସମିତି ସମାଜସେବା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ କର୍ଣ୍ଣାଟକର ଅନ୍ୟ ାନ୍ୟ ପ୍ରବାସୀ ଓଡ଼ିଆ ଓ ଅନ୍ୟ ାନ୍ୟ ପ୍ରବାସୀ ଓଡ଼ିଆ ସାମାଜିକ ସଂଗଠନର ମୁଖ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବେଙ୍ଗାଲୁରୁର ସିଲିକନ୍ ସିଟି କଲେଜ କେଆର ପୁରମ୍ ରେ ଶ୍ରୀ ଆଦିତ୍ୟ କୁମାର ଧାନ (ଓଡ଼ିଆ ସେବା ସମିତି ସଙ୍ଗଠନ ପ୍ରତିଷ୍ଠାତା), ପାର୍ଥସାରଥୀ ମିଶ୍ର, ମନୋଜ କୁମାର ଜେନା, ସୂର୍ଯ୍ୟ ମହାପାତ୍ର, ବ୍ରଜ ବାବୁ, ସୁରେଶ ପରିଡ଼ା, ଶିଶିର ଭାଇ, ବିଭୁ ଭାଇ, ଦାନି ଭାଇ, ଶିଳ୍ପା,ଗୀତାଞ୍ଜଳି, ଲୋପାମୁଦ୍ରା ଓ ଅନ୍ୟ ଓଏସ୍ ଏସ୍ ବି ସଦସ୍ୟଙ୍କ ସହଯୋଗରେ ଉତ୍କଳ ଦିବସ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଦେଶାତ୍ମବୋଧକ ରାଜ୍ୟ ଗୀତ ବନ୍ଦେ ଉତ୍କଳ ଜନନୀ ଗୀତ ସହ ବିଭିନ୍ନ କଳାକାର ଓ ଅନୁଷ୍ଠାନର ଅନେକ ଓଡ଼ିଶୀ ନୃତ୍ୟ ସନ୍ଧ୍ୟାକୁ ବେଶ୍ ଦେଶାତ୍ମବୋଧକ କରିଥିଲା ।

ଏହି କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ, ବଙ୍ଗଳା, ବିହାର, କନ୍ନଡ଼ ପରିବାର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ଓ ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟର ମଜା ଉଠାଇଥିଲେ। ପାର୍ଥସାରଥୀ ମିଶ୍ର ଓ ଲୋପାମୁଦ୍ରା ପ୍ରମୁଖ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଓଡ଼ିଆ ଗୀତ, କନ୍ନଡ ଗୀତ, ହିନ୍ଦୀ ଗୀତ ଓ ହିପ୍ ହପ୍ ଗୀତ ପରିବେଷଣ କରି ସନ୍ଧ୍ୟାକୁ ଉପଭୋଗ କରିଥିଲେ।