କର୍ଣ୍ଣାଟକ ହୋସାପେଟରେ ଉତ୍କଳ ଦିବସ ….

୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କର୍ଣ୍ଣାଟକ :-> ସୁଦୂର କର୍ଣ୍ଣାଟକର ଐତିହାସିକ ସହର ବିଜୟନଗର ଜିଲ୍ଲାର ହୋସାପେଟାରେ ଅତି ଆଡମ୍ବରରେ ହୋସା ଟ୍ରଷ୍ଟ (ହୋସାପେଟେ ଓଡ଼ିଆ ସୋସିଓ – କଲଚରାଲ ଆଶ୍ସୋସିଏସନ ) ତରଫରୁ ଆୟୋଜିତ ହୋଇଯାଇଛି ଅନୁଷ୍ଠାନର ଅଷ୍ଟମ ବାର୍ଷିକ ପବିତ୍ର ଉତ୍କଳ ଦିବସ. ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇଥିଲେ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟର କାର୍ଯ୍ୟକାରୀ ଉପସଭାପତି ଶ୍ରୀ ଦେବାଶିଷ ମିଶ୍ର, ଏମ.ଏସ.ପି.ଏଲ ଗ୍ରୁପର ଉପସଭାପତି ଶ୍ରୀ ଡ଼ ଦେବବ୍ରତ ଦାଶ ଓ ହୋସା ଟ୍ରଷ୍ଟର ସଭାପତି ଶ୍ରୀ ମାନସ ରଞ୍ଜନ ଦାଶ ଯୋଗଦେଇଥିଲେ।ହୋସା ଟ୍ରଷ୍ଟର ସଭ୍ୟ ଶ୍ରୀ ମନୋଜ ପ୍ରଧାନ ,ଶ୍ରୀ ସୁବ୍ରଜିତ କାନୁନଗୋ,ଶ୍ରୀ ବିରଜା ପ୍ରସାଦ ବେହେରା, ସୁଜିତ ସିଂ, ଶ୍ରୀମତୀ ରାଜଶ୍ରୀ ଦାସ ପ୍ରମୁଖ ଟ୍ରଷ୍ଟ୍ରର ସଭ୍ୟ ମାନେ ଉପସ୍ଥିତ ଥିଲେ।ଶ୍ରୀମତୀ ମୋନାଲିସା ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ପରିବାର ଯୋଗଦେଇ ସୁନ୍ଦର ଓଡ଼ିଆ ନୃତ୍ୟ,ଗୀତ ପରିବେଷଣ କରିଥିଲେ।ଶେଷରେ ଓଡ଼ିଆ ପିଠା,ଝୋଟି ଓ ନୃତ୍ୟ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଓଡିଶା ବାହାରେ ‘ହୋସା ଟ୍ରଷ୍ଟ’ ଓଡ଼ିଆ ସଂସ୍କୃତି, ପରମ୍ପରା,ଜଗନ୍ନାଥ ଚେତନା ଓ ସର୍ବୋପରି ମାତୃଭାଷା ପ୍ରେମ ପ୍ରତ୍ୟକ ଓଡ଼ିଆଙ୍କ ମଧ୍ୟରେ ଜାଗୃତ କରିବାପାଇଁ ଚେଷ୍ଟା ଜାରିରଖିବ।