୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା। ୨୦ରୁ ୩୦ ଆସନରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିବ । ଟିକେଟ ଅପେକ୍ଷାରେ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନର ଆଶାୟୀ ରହିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ୧୦୮ ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।
ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ପୂର୍ବରୁ ୩ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେଡ଼ି । ତେଣୁ ଆଜିର ସମ୍ଭାବ୍ୟ ଚତୁର୍ଥ ପର୍ଯ୍ୟାୟ ତାଲିକା ଉପରେ ସମସ୍ତଙ୍କ ନଜର ଅଟକିଛି ! . ପ୍ରଥମେ ୭୨, ତା ପରେ ୨୭ ଓ ୯ଟଇ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଏବେ ଆଉ ୩୯ଟି ଆସନ ବାକି ଅଛି .














