ଓଡିଶା ତାଜା ନ୍ୟୁଜ୍ (୩୧ ଜୁଲାଇ ଶୁକ୍ରବାର ) ଭଦ୍ରକ :- ୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ ଜିଲ୍ଲା । ଆସନ୍ତାକାଲି ସକାଳ ୫ଟାରୁ ୩ ତାରିଖ ସକାଳ ୫ଟା ଯାଏଁ ସଟଡାଉନ୍ ରହିବ ପୁରା ଜିଲ୍ଲା । ଗତ କିଛି ଦିନ ଧରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ କଂଟାକ୍ଟ ଟ୍ରେସିଂ, କ୍ୱାରେଂଟାଇନ ଏବଂ ଆସୋଲେସନରେ ଥିବା ଲୋକଙ୍କ ଟେଷ୍ଟିଂ ଉପରେ ଅଧିକ ଫୋକସ୍ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।
ଏଥିପାଇଁ ଜିଲ୍ଲାକୁ ୪୮ ଘଂଟିଆ ସଟଡାଉନ୍ କରିବାକୁ ଘୋଷଣା କରିଛି ପ୍ରଶାସନ । ଏହି ସମୟରେ ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ ଓ ଅନ୍ୟ ସଂସ୍ଥା ବନ୍ଦ ରହିବ । କେବଳ ଜରୁରୀ କାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ମେଡିକାଲ, ଆଂବୁଲାନ୍ସ ସେବା, ଔଷଧ ଦୋକାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ ସେବା ସଂସ୍ଥା, ଟେଲିଫୋନ୍, ପେଟ୍ରୋଲ ପମ୍ପ ଏବଂ ଗଣମାଧ୍ୟମ ଏହି କଟକଣାରୁ ବାଦ୍ ରହିବ ବୋଲି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ( ରିପୋର୍ଟ-ଦୀପ୍ତିମାନ ପତି )