• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ଆସନରେ ଏଥର ନୂଆ ଚେହେରା ସୁଧୀର ଦାଶ

Proprietor Abhimanyu Maharana by Proprietor Abhimanyu Maharana
April 9, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର ଆସନରେ ଏଥର ନୂଆ ଚେହେରା ସୁଧୀର ଦାଶ
Share on FacebookShare on TwitterWhatsapp

୦୮ ଏପ୍ରିଲ,୨୦୨୪ (ଓଡିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ଯୁବ ସମାଜସେବୀ ଏବଂ ପ୍ରତିଭାବାନ ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ରଣପୁର ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମର ମୂଳବାସିନ୍ଦା ଶ୍ରୀ ଦାଶ, ରଣପୁର ଆସନରୁ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ରହିଛି। ରାଜନୀତିରେ ନୂତନ ଚେହେରା, ସତେଜ ବ୍ୟକ୍ତିତ୍ଵ, ସ୍ଵଚ୍ଛ ଭାବମୂର୍ତ୍ତି, ଯଶସ୍ୱୀ ପେଶାଦାରୀ ପୃଷ୍ଠଭୂମି, ପ୍ରଯୁକ୍ତି ବିଦ୍ୟାଗତ ପାରଦର୍ଶିତା ଏବଂ ସର୍ବଜନ ମଙ୍ଗଳ ମନୋବୃତ୍ତି, ସୁଧୀରଙ୍କୁ ସ୍ଥାନୀୟ ଭୋଟଦାତାମାନଙ୍କ ନିକଟରେ ଆଦୃତ କରାଇବାରେ ସହାୟକ ହେଉଥିବା ଲକ୍ଷ୍ୟ କରାଯାଉଛି।

ଜଣେ ପୂଜାରୀଙ୍କ ପୁଅ ଭାବରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଲାଭ କରିଥିଲେହେଁ ଶ୍ରୀ ଦାଶ ନିଜର କଠିନ ଅଧ୍ୟବସାୟ ଏବଂ ଅସାଧାରଣ ପ୍ରତିଭା ବଳରେ ଜାତୀୟ ରାଜଧାନୀ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଚାଟାର୍ଡ ଏକାଉଣ୍ଟାଣ୍ଟ ବନିବାର ବିରଳ ମାନ୍ୟତା ହାସଲ କରିପାରିଛନ୍ତି । ସୁଧୀରଙ୍କର ଆକାଶଚୁମ୍ୱୀ ସଫଳତା ତାଙ୍କୁ ନୂଆପିଢ଼ୀର ଜଣେ ପ୍ରଗତିଶୀଳ, ସକାରାତ୍ମକ ଏବଂ ବାସ୍ତବଧର୍ମୀ ଶିଳ୍ପଦ୍ୟୋଗୀ ଭାବରେ ଉଭା କରିବା ସହିତ ତରୁଣ ଓ ଶିକ୍ଷିତ ଭୋଟଦାତା ମାନଙ୍କୁ ତାଙ୍କପ୍ରତି ଆକୃଷ୍ଟ କରୁଥିବା ଦେଖାଯାଉଛି।

ଶ୍ରୀ ଦାଶ ଏକାଧାରରେ ଜଣେ ଅଗ୍ରଣୀ ଆଇନଜୀବୀ, ସୁନାମଧନ୍ୟ ସାମାଜିକ ଶିଳ୍ପଦ୍ୟୋଗୀ, ସୁଦକ୍ଷ ଉଦ୍ୟୋଗ ପରାମର୍ଶଦାତା ଓ ପାରଙ୍ଗମ ଟିକସ ମକଦ୍ଦମା ପରିଚାଳକ ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଯୁବାବସ୍ଥାରେ ଶ୍ରୀ ଦାଶ ଜାତୀୟସ୍ତରର ବହୁ ମହତ୍ତ୍ଵପୂର୍ଣ୍ଣ ପଦପଦବୀରେ ଆସୀନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସେ କନଫେଡରେସନ୍ ଅଫ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ ଫ୍ରଫେସନାଲ ଫର ପ୍ରମୋସନ ଅଫ ରିନିୱେବୁଲ ଏନର୍ଜି ଏଣ୍ଡ କ୍ଲିନ ଏନଭାରୋନମେଣ୍ଟ (କ୍ରେସ୍ପାଇ) ର ସଭାପତି, ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ, ସୋସାଇଟି ଫର୍ ଏଥିକାଲ୍,

, ଆକ୍ସନ ଏଣ୍ଡ ରିଫର୍ମସ୍ ( ସେଲାର) ର କାର୍ଯ୍ୟକାରୀ କମିଟି ସଦସ୍ୟ, ୱାର୍ଲଡ୍ ଓଡ଼ିଶା ସୋସାଇଟି ଓ ଓଡ଼ିଶା ପଜିଟିଭର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି। ଶ୍ରୀ ଦାଶଙ୍କର ନେତୃତ୍ୱରେ କ୍ରେସ୍ପାଇ ସବୁଜ ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀଠାରେ ବାର୍ଷିକ ଗ୍ରୀନ ଉର୍ଜା କନକ୍ଲେଭ ଆୟୋଜନ କରି ଆସୁଛି। ସେହିପରି ପରିବେଶର ସୁରକ୍ଷା ଓ ସନ୍ତୁଳନ ରକ୍ଷା ଲକ୍ଷ୍ୟରେ ମୁଖ୍ୟ ସଂଗଠକ ଭାବରେ ଶ୍ରୀ ଦାଶଙ୍କର ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ବାର୍ଷିକ ଆନ୍ତର୍ଜାତିକ କୋଣାର୍କ ସାଇକ୍ଲୋଥନ(ଟୁର ଦେ କଳିଙ୍ଗ) ଆନୁକୁଲ୍ୟରେ କୋଣାର୍କ ମନ୍ଦିରରୁ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ସ୍ଥାନକୁ ସାଇକେଲ ଯାତ୍ରା କରାଯାଉଛି।

ଶିକ୍ଷା ଜୀବନରେ ଜଣେ ମେଧାବୀ ଛାତ୍ର ରହି ଆସିଥିବା ସୁଧୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିକମ୍, ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ଏବଂ ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟସ୍ ଅଫ ଚାଟାର୍ଡ ଏକାଉଣ୍ଟାଣ୍ଟସରୁ ଚାଟାର୍ଡ ଏକାଉଣ୍ଟାଣ୍ଟସି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଣେ କର୍ମଠ, ସଚ୍ଚୋଟ, ଉତ୍ସର୍ଗୀକୃତ, ଦରଦୀ, ପରୋପକାରୀ, ମେଳାପୀ, ବିଶ୍ୱାସଯୋଗୀ, ଭରସା ସମ୍ପନ୍ନ ଏବଂ ଦାୟିତ୍ବବାନ ଆଦି ଗୁଣାବଳୀର ଅଧିକାରୀ ଶ୍ରୀ ଦାଶଙ୍କର ତୃଣମୂଳ ସ୍ତରରେ କାର୍ଯ୍ୟକରିବା ନେଇ ବିଶେଷତା, ତତକ୍ଷଣାତ୍ ନିଷ୍ପତ୍ତି ନେବା ନେଇ ବିଚକ୍ଷଣତା ଏବଂ ଅସାମାନ୍ୟ ସାଙ୍ଗଠନିକ ଦକ୍ଷତା ରହିଛି।

ଏହି ସବୁ ସୁଗୁଣ ଦୃଷ୍ଟିରୁ ସୁଧୀର ଯେକୌଣସି ରାଜନୈତିକ ଦଳ ପାଇଁ ଦୁର୍ଲଭ ସମ୍ପଦ ଭାବେ ପରିଗଣିତ ହେବେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି। ନିଜର ଅନନ୍ୟ ଅବଦାନ ଓ ଉଲ୍ଲେଖନୀୟ ସେବା ପାଇଁ ଶ୍ରୀ ଦାଶ ବହୁ ସମ୍ମାନାସ୍ପଦ ପୁରସ୍କାର ଏବଂ ସମ୍ମାନ ଗ୍ରହଣ କରିଛନ୍ତି। ଏମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଗ୍ରୀନ ଗ୍ଲୋବ ସେଭିୟରସ୍ ପୁରସ୍କାର, ବ୍ରିଟିଶ ପାର୍ଲିଆମେଣ୍ଟର ହାଉସ ଅଫ କମନସ ଠାରେ ସର୍ଭିସ୍ ଏକ୍ସଲେନସ୍ ପୁରସ୍କାର, ସି. ଇ.ଓ ପତ୍ରିକା ଦ୍ଵାରା ୨୦୧୭ ମସିହା ପାଇଁ ପ୍ରୋମିନେଣ୍ଟ କନସଲଟାଣ୍ଟ ସମ୍ମାନ, ମିଡିଆ ପର୍ସନାଲିଟୀ ପୁରସ୍କାର,

ଓଡ଼ିଶା ରାଜ୍ୟପାଳଙ୍କ ଦ୍ଵାରା ଓଡ଼ିଶା ଗୌରବ ସମ୍ମାନ ଏବଂ ନିକଟରେ କଳିଙ୍ଗ ଲିଟରାରୀ ଫେଷ୍ଟିଭାଲ – ୨୦୨୪ ଅବସରରେ ଲିଭିଂ ଲିଜେଣ୍ଡ ପୁରସ୍କାର ଆଦି ଲାଭ କରିବା ଅନ୍ତର୍ଭୁକ୍ତ। ନିର୍ବାଚନୀ ସମୀକ୍ଷକ ମାନଙ୍କର ପୂର୍ବାନୁମାନ ଅନୁଯାୟୀ ରଣପୁର ପାଇଁ ଗର୍ବ ଓ ଗୌରବର ବାହକ ଜଣେ ଭୂମିପୁତ୍ର ହିସାବରେ ସୁଧୀର ତାଙ୍କର ପ୍ରଗତିଶୀଳ ଆଭିମୁଖ୍ୟ, ସାର୍ଥକ ବ୍ୟକ୍ତିତ୍ଵ ଏବଂ ଜନପ୍ରେମୀ ଦୃଷ୍ଟିଭଙ୍ଗୀ ଆଧାରରେ ପ୍ରଥମ ପ୍ରୟାସରେ ହିଁ ନିର୍ବାଚନ ବୈତରଣୀ ପାରି କରିବାକୁ ଯଦି ସଫଳକାମ ପ୍ରମାଣିତ ହୁଅନ୍ତି, ତେବେ ଏହା କିଛି ଆଶ୍ଚର୍ଯ୍ୟର ବିଷୟବସ୍ତୁ ହେବ ନାହିଁ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version