୦୮ ଏପ୍ରିଲ,୨୦୨୪ (ଓଡିଶା ତାଜାନ୍ୟୁଜ ) ଚାନ୍ଦପୁର :-> ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଜିଲା ସଭାପତି ତାପସ ରଂଜନ ମାର୍ଥାଙ୍କୁ ବିଧାୟକ ପ୍ରାର୍ଥୀ ମନୋନୀତ କରାଯିବା ପରେ ବନ୍ଧମୁଣ୍ଡା ପଂଚାୟତ ତରଫରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ତାଙ୍କ ପ୍ରାର୍ଥୀତ୍ବକୁ ନେଇ ରଣପୁର ଭାରତୀୟ ଜନତା ପାର୍ଟିରେ ଦଳୀୟ କନ୍ଦଳ ତୀବ୍ର ହୋଇଥିବା ଜଣାପଡିଛି । ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ୨୦୦୪ ମସିହାରେ ବିଜେଡି ବିଜେପି ମେଣ୍ଟର ପ୍ରାର୍ଥୀ ରୂପେ ବିଜୟୀ ହୋଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ ।
ମେଣୁ ୨୦୦୯ ମସିହାରେ ଭାଙ୍ଗିଯିବା ପରେ ସେ ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଜେପି ତରଫରୁ ପ୍ରତିଦ୍ଵନ୍ଦିତା କରି ପରାଜୟ ବରଣ କରିଥିଲେ । କିନ୍ତୁ ପରାଜିତ ହେଲେ ମଧ୍ୟ ଦଳୀୟ ସଂଗଠନ ସହିତ ତାଙ୍କର ଯୋଗାଯୋଗ ରହିଥିଲା । କିନ୍ତୁ ବାରମ୍ବାର ଏଠାରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା କାରଣର ସୁରମା ପାଢୀଙ୍କ ପରିବର୍ତେ ଯୁବନେତା ତାପସ ରଂଜନ ମାର୍ଥାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସୁରମା ପାଢୀଙ୍କ ସାଥୀ ସମର୍ଥକ ମାନେ । ଦଳୀୟ ପ୍ରାର୍ଥୀ ପରିବର୍ତନ କରିବା ପାଇଁ ସେ ସଭା ସମିତି କରି ଦଳ ଉପରେ ଚାପ ପ୍ରୟୋଗ କରୁଥିଲା ବେଳେ ବହୁ ସଂଖ୍ୟାରେ ଯୁବକମାନେ ତାପସ ରଂଜନ ମାର୍ଥାଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି ।
ରଣପୁର ବ୍ଳକର ଉପାନ୍ତ ଅଂଚଳ ବନ୍ଧମୁଣ୍ଡା ପଂଚାୟତରେ ଏଥିପାଇଁ ବିଜେପି ଦଳର କର୍ମୀମାନେ ସମବେତ ହୋଇ ଶ୍ରୀ ମାର୍ଥାଙ୍କୁ ସମ୍ବନ୍ଧିତ କରିବା ସହ ବିଜୟୀ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ସମ୍ବନ୍ଧାନା ସଭାରେ ଶ୍ରୀମାର୍ଥାଙ୍କ ସହିତ ତାଙ୍କ ଧର୍ମପତ୍ନୀ ତଥା ରଣପୁର ବ୍ଳକ ଅଧ୍ଯକ୍ଷା ନିର୍ମଳା ବେହେରାଙ୍କ ସମେତ ପ୍ରଭାତ କୁମାର ମାଟି, ପରେଶ ଚନ୍ଦ୍ର ଜେନା, ହରିବନ୍ଧୁ ପରିଜା, ବିରେନ୍ଦ୍ର ପ୍ରଧାନ, ପୂର୍ଣଚନ୍ଦ୍ର ନାୟକ, ଚାନ୍ଦପୁର ପୂର୍ବତନ ସରପଂଚ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।