No Result
View All Result
୦୮ ଏପ୍ରିଲ,୨୦୨୪ (ଓଡିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :-> ଆନ୍ତଃରାଜ୍ୟ ବାଘ ଛାଲ ରକେଟକୁ ଧରିବାରେ ଗଜପତି ଜିଲ୍ଲା ବନ ବିଭାଗ କୁ ମିଳିଛି ବଡ଼ ସଫଳତା l ସେମାନଙ୍କ ଠାରୁ ୫ କଲରାପତରିଆ ବାଘ ଛାଲ ଜବତ ହୋଇଛି l ଏଥି ସହିତ ଗୋଟିଏ ଓ କଟାସ ଓ ବଣ ବିରାଡ଼ି ୨୭.୧କେଜି ପରିମାଣର ବଜ୍ରକପ୍ତା କାତି ଜବତ ହୋଇଛି l ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗ ରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ରବିବାର ଏ ନେଇ ପି ସି ସି ଏଫ୍ (ବନ୍ୟ ପ୍ରାଣୀ) ପ୍ରଶାନ୍ତ ନନ୍ଦ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରି ସୁଚନା ଦେଇଛନ୍ତି l

ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏଥିରେ ଅନ୍ୟ କେଉଁ ମାନେ ସମ୍ପୁକ୍ତ ଅଛନ୍ତି ଏବଂ ଏଥିରେ ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ଏଵଂ ଏହାର ଚେର କେଉଁ କେଉଁ ରାଜ୍ୟକୁ ଲମ୍ବିଛି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି l ଖୁବ ଶୀଘ୍ର ଏହି ଘଟଣାରେ କିଙ୍ଗ ପିନ ସମେତ ଅନ୍ୟ ସମସ୍ତ ଶିକାରୀ ଗିରଫ ହେବେ ବୋଲି ପିସିସିଏଫ କହିଛନ୍ତି l ମିଳି ଥିବା ସୁଚନା ଅନୁଯାୟୀ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ.ଆନନ୍ଦଙ୍କ ନିର୍ଦ୍ଧେଶ କ୍ରମେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଜିଳ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥଲେ ତେବେ ତଦନ୍ତରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଥିବା ଯୋଗୁଁ ଅଭିଯୁକ୍ତଙ୍କ ନାମ ଗୋପୋନୀୟ ରଖାଯାଇଛି ବୋଲି କହିଛନ୍ତି

No Result
View All Result