ଓଡିଶା ତାଜା ନ୍ୟୁଜ୍ (୩୧ ଜୁଲାଇ ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏମ.ରାମପୁର ସହରରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ସହରକୁ ଦୁଇ ଦିନ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ ସଟ ଡାଉନ୍ ଘୋଷଣା କରିଛନ୍ତି ।
ତା ସହିତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଫଳରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆବଶ୍ୟକ ନ ପଡ଼ିଲେ କେହି ବ୍ୟକ୍ତି ଘରୁ ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛି । (ରିପୋର୍ଟ-ପ୍ରଦୀପ କୁମାର ଗଉଡ)