୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ରମାକାନ୍ତ ଭୋଇଙ୍କ ସହିତ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡାକ୍ତର ରାଜଶ୍ରୀ ମଲ୍ଲିକ ବିରିଡି ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଂଚିବା ପରେ ,

ଦଳୀୟ କର୍ମୀ ଓ ନେତୃବୃନ୍ଦ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ପରେ ପରେ ଉଭୟ ପ୍ରାର୍ଥୀ ଧ୍ୟାନକୁଦ ପୀଠରେ ଥିବା ମହାପ୍ରଭୁ ଜଗନ୍ନାଥ ଓ କଇଜଙ୍ଗା ସ୍ଥିତ ମା କନକଦୁର୍ଗାଙ୍କୁ ଦର୍ଶନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏହି ନିର୍ବାଚନୀ ଶୋଭାଯାତ୍ରା କଇଜଙ୍ଗା ଠାରୁ ଆରମ୍ଭ ହୋଇ ହାଜିପୁର, ବିରିଡି, ରଘୁନାଥପୁର, ଜଇପୁର ଦେଇ ଗୋରେଖନାଥ ପୀଠରେ ପହଁଚି ଦର୍ଶନ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ନିକଟରେ ପହଞ୍ଚି ଥିଲା । ପରେ ମାଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ ।
















