No Result
View All Result
ଭୋଟ ବର୍ଜନ କରିବେ ବୋଲି ସରକାର ଙ୍କୁ ଦାବି କଲେ 15 ଗୋଟି ଗ୍ରାମ ବାସୀ ।0000
୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ନୂଆଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳ ରେ ଅବସ୍ଥିତ କେରେଡ଼ଙ୍ଗ ପଞ୍ଚାୟତ। ଏହି ପଞ୍ଚାୟତ ଚତୁର୍ପାଶ୍ୱ ରେ 15 ଗୋଟି ଆଦିବାସୀ ଗ୍ରାମ ରହି ଅଛି । ଏହି 15 ଗୋଟି ଗ୍ରାମ ରେ ଦଶ ହଜର ରୁ ଉର୍ଦ୍ଧ ଜନଜାତି ବାସକରନ୍ତି। କିନ୍ତୁ ଏହି ଉପାନ୍ତ ଅଞ୍ଚଳରେ କୋଣସି ମୋବାଇ ଟାୱାର ନ ଥିବାରୁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବାକୁ କୁ ପଡୁଛି ବୋଲି ଗ୍ରାମବାସୀ ପ୍ରକାଶ କରୁଛିନ୍ତି। ଏହି ଉପାନ୍ତ ଅଞ୍ଚଳ ରେ ସରକାରୀ ବିଭିନ୍ନ କାର୍ଯ୍ୟାଳୟ ବା ସ୍ୱାସ୍ଥ୍ୟକେନ୍ଦ୍ର.5T ସ୍କୂଲ. ମିନି ବେଙ୍କ ରାଜ୍ୟସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପଞ୍ଚାୟତ କାର୍ଯ୍ୟାଳୟ.ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉପସ୍ଥିତ.

କିନ୍ତୁ କୋଣସି ମୋବାଇଲ ଟାୱାର ର ଏଣ୍ଟେର୍ନେଟ ସେବା ପାଇ ପାରୁନାହାନ୍ତି। ଯାହାଫଳରେ ଗର୍ଭବତୀ ମହିଳା ଙ୍କୁ ବଡ ସ୍ୱାସ୍ୟକେନ୍ଦ୍ର ନେବାପାଇଁ 102 କିମ୍ବା 108 ଆମ୍ବୁଲେଞ୍ଚ କୁ କୋଲ କରିବା ପାଇଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି. ଏବଂ 5T ସ୍କୋଲ୍ଲ ଛାତ୍ର ମାନେ ପାଠପଢାରେ ଇଣ୍ଟେର୍ନେଟ ର ଅସୁଭିଧାର ସମ୍ମୁଖୀନ ଭୋଗୁଛନ୍ତି। ପୁଣି ସରକାର ଙ୍କ ମଧୁବାବୁ ପେନସେନ ବୃଦ୍ଧ ବା ଭିନ୍ନ କ୍ଷମ ଲୋକ ମାନଙ୍କୁ ବେଙ୍କ ଆକାଉଣ୍ଟ ଟଙ୍କା ଆସୁଥିବାରୁ।
ଏହି ମିନି ବେଙ୍କ ଇଣ୍ଟେର୍ନେଟ ନଥିବାରୁ ବୃଦ୍ଧ ବା ଭିନ୍ନ କ୍ଷମ ମାନେ ଅସୁବିଧାର ସମ୍ମୁଖୀନ ଭୋଗୁଥିବାରୁ ଏହି ମୋବାଇଲ ଟାୱାର ର ସମସ୍ୟା 15 ଗୋଟି ଏହି ଅଞ୍ଚଳ ର ଗ୍ରାମବସି ଏକତ୍ର ହୋଇ ପ୍ରଶାସନ ଙ୍କୁ ସମସ୍ୟା ଜଣେଇଥିଲେ। ପ୍ରଶାସନ ଏହି ସମସ୍ୟା ର ସମାଧାନ ବା ମୋବାଇଲ ନେଟୱର୍କ ତିଆରି କରିବା ପାଇଁ ପ୍ରତିସୃତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୋଣସି ମୋବାଇଲ ନେଟୱାର୍କ ତିଆରି ହୋଇ ନାହିଁ ସେଥିପାଇଁ ଏହି ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳ ର 15 ଗୋଟି ଗ୍ରାମବାସୀ 2024 ର ଇଲେକସେନ ର ବିଧାନସଭା ଏବଂ ଲୋକସଭା ର ଭୋଟ ବର୍ଜନ କରିବା ପାଇଁ ପ୍ରଶାସନ ଙ୍କୁ ଚେତାବନୀ ଦେଇଛନ୍ତି।

No Result
View All Result