No Result
View All Result
୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ବତନ୍ତ୍ର ବିଦ୍ୟାଳୟରେ ଶନିବାର ଦିନ ମାନସିକ ଅସୁସ୍ଥତା ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ଆଇନ ସେବା ସଂସ୍ଥା ଶୌଜନ୍ୟରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥା ସଚିବ ତଥା ଜିଲ୍ଲା ଦୌରାଜର୍ଜ ରବିଁ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ଅନ୍ତେବାସୀ ଶିକ୍ଷାର୍ଥୀ ସହ ସମୟ ବିତାଇବା ସହ ସେମାନଙ୍କ ମାନସିକ ସ୍ଥିତି ଏବଂ ବିଦ୍ୟାଳୟ ପରିବେଷ୍ଟନୀ ସହିତ ସେମାନଙ୍କ ସଂପୃକ୍ତିକୁ ନେଇ ଅନୁଧ୍ୟାନ କରିଥିଲେ ।

ଏହି ଅବସରରେ ଏହି ସ୍ବତନ୍ତ୍ର ବିଦ୍ୟାଳୟ ପକ୍ଷରୁ ସମ୍ପାଦକ ଦଣ୍ଡାସି ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପାଳନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଦୌରାଜର୍ଜ ମାନ୍ୟବର ଶ୍ରୀ ବେହେରା ଅନ୍ତେବାସୀ ଶିକ୍ଷାର୍ଥୀଙ୍କୁ ପାଳନ ଦିବସର ଆବଶ୍ୟକତା ଉପାଦେୟତା ଏବଂ ଗ୍ରହଣୀୟତା ନେଇ ସାରଗର୍ଭକ ଅନୁପ୍ରେରଣା ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ,

ଅଭିଭାବକଙ୍କ ସହ ଅନ୍ତେବାସୀ ଶିକ୍ଷାର୍ଥୀଙ୍କ ସମାବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ସଚିବ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଅଧ୍ୟକ୍ଷ ଦାମୋଦର ଦାସଙ୍କ ଠାରୁ ବିଦ୍ୟାଳୟ ମାସିକିଆ ପରିଦର୍ଶନ ଜନିତ ସମୀକ୍ଷା କରିଥିଲେ । ଅଞ୍ଚଳର ଏକ ପ୍ରମୁଖ ସେବା ଅନୁଷ୍ଠାନ ହୋଇଥିବାରୁ ଅନୁଷ୍ଠାନର ଭିତ୍ତିଭୂମିର ବିକାଶକୁ ନଜରକୁ ନେଇ ଏହାର ଭଲମନ୍ଦ ପଚାରି ବୁଝିଥିଲେ ।

No Result
View All Result