୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ସମସ୍ତ ଆଗଧାଡିର କଂଗ୍ରେସ କର୍ମୀ ଏକଜୁଟ ହୋଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଶ୍ରୀ ଯୁକ୍ତ ବେଣୁଧର ନାୟକ ( ଆଇନଜୀବୀ)ତଥା କଂଗ୍ରେସ ର ସଙ୍ଗଠକ ଙ୍କୁ ୨୦୨୪ ଦଶପଲ୍ଲା ବିଧାନସଭା ରେ କଂଗ୍ରେସ ଦଳରୁ ପ୍ରାର୍ଥୀ କରିବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିକଟରେ ନିବେଦନ କରିବା ସହିତ ଦାବୀ ଉପସ୍ଥାପନା କରିଛନ୍ତି।

ବେଣୁଧର ନାୟକ କଂଗ୍ରେସ ଦଳ ର ପ୍ରଚଳିତ ପ୍ରଗମନ୍ ରେ ୫୦୦ରୁ ଅଧିକ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ସଂଯୋଗ କରିଅଛନ୍ତି। ଏବଂ କଂଗ୍ରେସ ଦଳର ଗ୍ୟାରେଣ୍ଟି କାଡ ଓ ଇସ୍ତାହାରକୁ ଗ୍ରାମ ଗ୍ରାମ ଵୁଲି ପ୍ରଚାର ପ୍ରସାର କରିଚାଲିଛନ୍ତି। ବେଣୁଧର ନାୟକ ଜଣେ ଉଚ୍ଚଶିକ୍ଷିତ ଓ ଭଲ ସଙ୍ଗଠକ। ଦଶପଲ୍ଲା ରେ ଦିନକୁ ଦିନ ବେଣୁଧର ନାୟକ ଙ୍କ ପାଇଁ ଜନ ସମର୍ଥନ ବଢୁଥିବା ଦେଖିବାକୁ ମିଳୁଛି ।














