୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ :-> ନୟାଗଡ଼ ଜିଲ୍ଲାରେ ପ୍ରଥମଥର ପାଇଁ ‘ତ୍ୟାନ୍ତି ନୟାଗଡ଼ ଡ୍ୟାନ୍’ ନାମରେ ଗୋଟିଏ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏହାକୁ “ସୃଜନିକା” ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ଆୟୋଜନ କରୁଛନ୍ତି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହାର ଅଡିସନ୍ ଶେଷ ହେବା ପରେ ନୟାଗଡ଼ ସଦର ମହକୁମାରେ ସେମି- ଫାଇନାଲ୍ ଓ ଫାଇନାଲ ଅନୁଷ୍ଠିତ ହେବ ।
ପ୍ରଥମେ ଏହା ଓଡ଼ଗାଁ ବ୍ଲକରୁ ଆରମ୍ଭ ହୋଇଛି । ଆସନ୍ତା ଅପ୍ରେଲ ୨୧ ତାରିଖ ରବିବାର ଦିନ ୯ ଘଣ୍ଟା ସମୟରେ ରଣପୁର ବ୍ଲକ୍ର ମଣିନାଗ କଲ୍ୟାଣ ମଣ୍ଡପଠାରେ ରଣପୁର ପ୍ରତିଯୋଗୀଙ୍କ ପାଇଁ ଅଜିସନ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପ୍ରତିଯୋଗୀ ମାନଙ୍କର ବୟସ ୮ ବର୍ଷକୁ ୧୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରିପାରିବେ ।
ପ୍ରତିଯୋଗୀମାନେ ଅପ୍ରେଲ୍ ୨୧ ତାରିଖ ରବିବାର ସକାଳ ୯ ଘଣ୍ଟା ସମୟରେ ରଣପୁର ବ୍ଲକ ମଣିନାଗ କଲ୍ୟାଣ ମଣ୍ଡପଠାରେ ନିଜର ନାମକୁ ପଞ୍ଜିକୃତ କରାଇବେ । ପ୍ରତିଯୋଗୀମାନେ ସେମାନଙ୍କ ନାମ, ମୋବାଇଲ (୯୪୩୭୭୬୨୧୫୪ ଏବଂ ୯୯୩୮୩୦୯୬୫୨) ନମ୍ବରରେ ଯୋଗାଯୋଗ କରି ନିଜର ନାମକୁ ମଧ୍ୟ ପଞ୍ଜିକରଣ କରିପାରିବେ । ପ୍ରତିଯୋଗୀମାନେ ସାଙ୍ଗରେ ଜନ୍ମ ତାରିଖ ପ୍ରମାଣ ପତ୍ର (ଆଧାର କାର୍ଡ଼ । ଭୋଟର ପରିଚୟ ପତ୍ର ବିଦ୍ୟାଳୟ ଆଇ, କାର୍ଡ଼) ଆଣିବା ଆବଶ୍ୟକ ।
ବିରଞ୍ଚି ନାରାୟଣ ତ୍ରିପାଠୀ, ସମାଜ ସେବୀ ଦାମୋଦର ସାହୁ, ସଚିବ ନିର୍ମଳ ଚନ୍ଦ୍ର ଶୁର ଦେଓ,

© 2023 Odisha Taza News.