No Result
View All Result
୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆଗମୀ ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି। ରାଜ୍ୟର ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଜାରି ରହିଛି। ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛି। ବିଜେଡିରୁ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ କଂଗ୍ରେ ସରୁ ବିଧାୟକ ଦାଶରଥ୍ ଗମାଙ୍ଗ ପୁଣି ପ୍ରାର୍ଥୀ ହୋଇଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ବିଜେପି ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି ।
ମୋହନା ବିଧାନସଭା ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୪ଟି ବ୍ଳକ୍ ରହିଛି । ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୩୧ ହଜାର ୧୯୭ । ପୁରୁଷ ଭୋଟର ୧ ଲକ୍ଷ ୧୨ ହଜାର ୬୭୨ ଓ ମହି ଳା ଭୋଟର ୧ ଲକ୍ଷ ୧୮ ହଜାର ୫୨୫ ରହିଛନ୍ତି। ସେଥ୍ ମଧ୍ୟରୁ କେବଳ ମୋହନା ବ୍ଲକ୍ରେ ୯୭ ହଜାର ଭୋଗ ଭୋଟର ଅଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସକୁ ସର୍ବାଧୂକ କ ୩୨.୮ ପ୍ର ତି ଶତ ଭୋଟ ମିଳିଥି ବା ବେଳେ ବିଜେଡି କୁ ୩୧.୩ ପ୍ରତିଶତ ଓ ବିଜେପିକୁ ମିଳିଛି ୨୮.୨ ପ୍ରତି ଶତ ଭୋଟ। ମୋହନା ନିର୍ବାଚନମଣ୍ଡଳୀରେ ବିଭିନ୍ନ ବର୍ଗର ଭୋଟର ଅଛନ୍ତି ।
ପ୍ରତ୍ଯେକ ନିର୍ବାଚନରେ ଜାତି ଭି ଭି କ ଭୋଟ ନିର୍ୟାୟକ ହୋଇଥିବା ନଜିର ରହିଛି। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା ହୋଇନି । ବିଜେପିରେ ଏକାଧ୍କ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଗତ ନିର୍ବାଚନରେ ତୃତୀୟ ହଜାର ଜ୍ଞାନରେ ଥିଲା । ତେଣୁ ଚଳିତ ନିର୍ବାଚନରେ କାହାକୁ ପ୍ରାର୍ଥୀ କଲେ ମୋହନା ଆସନ ସନ ଦଖଲ କରିପାରିବ ତାକୁ ନେଇ ତର୍ଜମା କରୁଛି ବିଜେପି। ଏଭଳି ପରିସ୍ଥିତିରେ ବିଜେଡି ଓ କଂଗ୍ରେସର ପୁରୁଖା ନେତାଙ୍କ ସହ ବିଜେପିର କିଏ ମଇଦାନକୁ ଆସୁଛନ୍ତି ତାକୁ ଅପେକ୍ଷା କରିଛନ୍ତି ମୋହନାବାସୀ.
No Result
View All Result