୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ ମାଣିତୀର ସ୍ଥିତ ମା ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସାଂସଦ ଅପରାଜିତାଙ୍କ ପ୍ରାର୍ଥିତ୍ବକୁ ବିରୋଧ ପ୍ରଦର୍ଶନ କରିଥିଲେ । ଏଥିରେ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜ୍ଞେଶ୍ଵର ସୁନ୍ଦରାୟଙ୍କ ନେତୃତ୍ୱରେ ବିଜେପି ଦଳର ସାଙ୍ଗଠନିକତା ଦକ୍ଷତା ଉପରେ ଆଲୋଚନା କରାଯିବା ସହ ମଣ୍ଡଳ ଉପସଭାପତି, ସାଧାରଣ ସମ୍ପାଦକ, ସମସ୍ତ ପଞ୍ଚାୟତ ସଭାପତିଙ୍କ ସମେତ ବହୁକର୍ମୀ ଯୋଗ ଦେଇଥିଲେ। ସାଂସଦ ନିଜର ମନମୁଖି କାର୍ଯ୍ୟକଳାପ ଯୋଗୁଁ ସାଙ୍ଗଠନିକ ଦକ୍ଷତା ନଥିଵା ମହିଳାଙ୍କ ପାଇଁ କାର୍ଯ୍ୟକର୍ତ୍ତାମାନେ ଉପେକ୍ଷିତ ହୋଇଛନ୍ତି ।
ଏହି ସଭାରେ ରବିନାରାୟଣ ଚମ୍ପତି, ଗଡମାଣତୀର ପଞ୍ଚାୟତ ସଭାପତି ଇନ୍ଦ୍ରମଣି ରଣସିଂହ, ଶଗଡ଼ଭଙ୍ଗା ସଭାପତି ନୃସିଂହ ପାଇକରାୟ, ମଣ୍ଡଳ ଉପ ସଭାପତି ବସନ୍ତ ଭାରିମଲ ,ଦେଉଳି ସଭାପତି ନୃସିଂହ ସୁନ୍ଦରାୟ, ଗୋବିନ୍ଦପୁର ସଭାପତି ଶରତ ସାମନ୍ତରାୟ, ଵୋତଳମା ସଭାପତି ସୁଵାକନ୍ତ ପାଟ୍ଟଶାଣୀ, ହଜ ସଭାପତି ମାଧବ ସାହୁ, ହିରାପୁର ସଭାପତି ନିରଞ୍ଜନ ସ୍ବାଇଁ, ସିକୋ ପଞ୍ଚାୟତ ସଭାପତି ରତିକାନ୍ତ ପ୍ରଧାନ,
ସାଧାରଣ ସମ୍ପାଦକ ବିଜୟ ସୁବୁଦ୍ଧି, ମଣ୍ଡଳ କୋଷାଧ୍ୟକ୍ଷ ପ୍ରମୋଦ ରାଉତରାୟ, ସୁଦର୍ଶନ ଛୁଆଳସିଂହ, ରବିନ୍ଦ୍ର ଗୁମାନସିଂହଙ୍କ ସମେତ ମଣ୍ଡଳର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ମୋର୍ଚ୍ଚା ସଭାପତି ଯୋଗ ଦେଇ ଆଗାମୀ ନିର୍ବାଚନରେ ସାଂସଦଙ୍କ ଭୋଟ ବର୍ଜନ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ଦୀନବନ୍ଧୁ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।