ବିଦ୍ୟୁତ୍ ଆଘାତରେ ବିଦ୍ୟୁତ୍ କର୍ମଚାରୀ ମୃତ୍ୟୁ, ଶବରଖି କ୍ଷତି ପୂରଣ ଦାବୀରେ ରାସ୍ତା ରୋକ …

୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଯାହାର ନାମ ରାଜୀବ ମଲ୍ଲିକ ନିଜ ଅଞ୍ଚଳରେ ବିଦ୍ୟୁତ୍ ନ ଥିବା ଖବର ପାଇ ବିଦ୍ୟୁତ ସଜାଡିବାକୁ ଯାଇଥିଲେ ସେଠାରେ ବିଦ୍ୟୁତ ସଂଯୋଗରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।

ମୋହନା ଡାକ୍ତର ଆହାତ କର୍ମଚାରୀ ଜଣକ ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଛନ୍ତି। ମୃତ୍ୟୁ କର୍ମଚାରୀ ଙ୍କ ଶବକୁ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ରଖି କାର୍ଯ୍ୟାଳୟ ଘେରାଉ ସହ ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବୀ କରିଛନ୍ତି ଅଞ୍ଚଳବାସୀ।

ରାସ୍ତା ଅବରୋଧ ହେତୁ ରାସ୍ତା ଦୁଇ ପାର୍ଶ୍ଵ ଯାନବାହାନ ସହ ଯାତ୍ରୀ ଅଟକି ରହିଥିବା ଦେଖିବାକୁ ମିଳୁଛି। ମୋହନା ଥାନା ଅଧିକାରୀ ଘଟଣା ପ୍ରତି ସତର୍କ ଦୃଷ୍ଟି ରଖିଥିବା ଦେଖିବାକୁ ମିଳୁଛି।