No Result
View All Result
୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଊନବିଂଶ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅବସର ପ୍ରାପ୍ତ ସେନା ଅଧିକାରୀ ତଥା ବିଦ୍ୟାଳୟ ର ସଭାପତି ସଭାପତିତ୍ବ କରିଥିଲେ।

ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ସତ୍ୟବାନ ନାୟକ ଯୋଗ ଦେଇ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ। ମୁଖ୍ୟବକ୍ତା ରୂପେ ସ୍ଥାନୀୟ ଆଦିବାସୀ ହରିଜନ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର ଉପସ୍ଥିତ ଥିଲେ।

ଏହା ସଙ୍ଗେ ବିଦ୍ୟାଳୟ ର ସମ୍ପାଦକ ରବି କୁମାର ପାତ୍ର, କୋଷାଧ୍ୟକ୍ଷ ବୃନ୍ଦାବନ ସାମନ୍ତରାୟ, ଉପଦେଷ୍ଟା ମଧୁସୂଦନ ପାଢ଼ୀ, ଶିକ୍ଷା ବିଭାଗ କର୍ମଚାରୀ, ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ରହି ଉତ୍ସବ କୁ ଉପୋଭୋଗ କରିବା ସହ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ।

ଏହା ସଙ୍ଗେ ବିଦ୍ୟାଳୟର ପ୍ରଧାନ ଅଚାର୍ଯ୍ୟା ଆରତୀ ପାଢ଼ୀ ବିଦ୍ୟାଳୟ ଦ୍ଵାରା ଗ୍ରହଣ କରାଯାଇଥିବା କାର୍ଯକ୍ରମ ସହ ବିବରଣୀ ପଠନ କରିଥିଲେ। ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପୋଭୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

No Result
View All Result